ମଣ୍ଡିରେ ଧାନ କଟ୍‌ନି ଛଟ୍‌ନି ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲାର ୧୮୫ ମାର୍କେଟ ୟାର୍ଡରେ ଇତି ମଧ୍ୟରେ ଧାନ ସଂଗ୍ରହ ଚାଲିଥିବା ବେଳେ ଚାଷୀ ମାନଙ୍କ ମଧ୍ୟରେ ମିଲର୍ସଙ୍କ କଟନି ଛଟନିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କୈ।ଣସି ମଣ୍ଡିରେ ଚାଷୀଙ୍କ ଧାନ କଟନି ଛଟନି ବିନା ଗ୍ରହଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଯଦି ଏହାର ଖିଲାପ କରାଯାଏ ଉକ୍ତ ସପ୍ସଗ୍ରହକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷା ମୁକ୍ତା ସାହୁ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ଉକ୍ତ ବୈଠକରେ ଯୋଗାଣ ବିଭାଗ, ଡିଆରସିଏସ, ଏଆରସିଏସ ମିଲର୍ସ କର୍ମଚାରୀ ଏବଂ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.