ଦୁର୍ନୀତି ନିବାରଣ ସପ୍ତାହ ଓ ସଡ଼କ ସୁରକ୍ଷା ସଚେତନତା କାର୍ୟ୍ୟକ୍ରମ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ଜିଲ୍ଲା ଜି.ପି.ଆର.କଲେଜ,କୁନ୍ତରାରେ ଗତ ୨୭ ତାରିଖରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଅଧ୍ୟକ୍ଷ ଡ. ରଂଜନ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ବରେ ‘ଦୁର୍ନୀତି ନିବାରଣ : ଆମ ସାମୁହିକ ଦାୟିତ୍ଵ’ ବିଷୟରେ ଆଲୋଚନା ପରେ ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ଭବିଷ୍ୟତରେ ଦୁର୍ନୀତିରେ ଲିପ୍ତ ନରହିବା ପାଇଁ ଶପଥ ଗ୍ରହଣ କରିଥିଲେ । ଅଧ୍ୟାପକ ତରୁଣ କୁମାର ପୃଷେଠ କାର୍ୟ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପ୍ରାଧ୍ୟାପକ ଅରୁଣ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ସେହିପରି ଅନ୍ୟ ଏକ କାର୍ୟ୍ୟକ୍ରମ “ସଡ଼କ ସୁରକ୍ଷା ସଚେତନତା” ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଦୀପ କୁମାର ଦାସ,ଏସ. ଡି.ପି.ଓ.(କୁଚିଣ୍ଡା), ସମ୍ମାନିତ ଅତିଥି ଭାବେ ସୁନିତ୍ ଫିରୋଜ ଏକ୍କା, ଥାନାଅଧିକାରୀ(ମହୁଲପାଲି ) ଓ ଅଞ୍ଜନ କୁମାର, ଫାଣ୍ଡି ଅଧିକାରୀ(କୁସୁମୀ) ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସଡକରେ ଯାତାୟାତ ବେଳେ କିଭଳି ବିଭିନ୍ନ ନୀତି ନିୟମ ପାଳନ କଲେ ନିଜକୁ ସୁରକ୍ଷିତ ରଖି ସଡକରେ ଘଟୁଥିବା ଆକସ୍ମିକ ଦୁର୍ଘଟଣାକୁ ଏଡ଼ାଇ ଦେଇହେବ, ସେଥିପାଇଁ ସଚେତନ କରିଥିଲେ । ଏହି କାର୍ୟ୍ୟକ୍ରମକୁ ଅଧ୍ୟାପକ ତରୁଣ କୁମାର ପୃଷେଠ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ଦୀପିକା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଉଭୟ କାର୍ୟ୍ୟକ୍ରମରେ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.