ଦେଶାତ୍ମବୋଧକ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୁବର୍ଣ୍ଣପୁର ଆନୁକୂଲ୍ୟ ରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଲୋକ କଳା ଗ୍ରାମ କର୍ତ୍ତଙ୍ଗ ଠାରେ ଦେଶାତ୍ମବୋଧକ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକର କଳାକାର ସଂଘ ଯୋଗଦାନ କରି ଏକକ ଓ ଦଳଗତ ଦେଶାତ୍ମବୋଧକ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ । ସ୍ଥାନୀୟ ସଂକୀର୍ତ୍ତନ ଦଳ ଗ୍ରାମ ପରିଭ୍ରମଣ କରି ରଘୁପତି ରାଘବ ରାଜା ରାମ ଗାନ କରିଥିଲେ । ଏହି କାର୍ୟ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ତତ୍ତ୍ୱାଵଧାନରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଶାଶ୍ୱତ କୁମାର ତ୍ରିପାଠୀ, ସ୍ଥାନୀୟ ସରପଞ୍ଚ ଓ ନାଏବ ସରପଞ୍ଚ ଅତିଥି ଭାବରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

14 − seven =