csstore

ମଦନପୁରଠାରେ ଦିନିକିଆ ସମବାୟ ବ୍ୟାଙ୍କିଙ୍ଗ ଓ ଋଣ କର୍ମଶାଳା ଅନୁଷ୍ଠିତ

କଳାହାଣ୍ଡି, (ପ୍ରଦିପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକଠାରେ ଆଜି ପେସ୍କ ସଭାପତି ହରି ମହନନ୍ଦଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ମୁଖ୍ୟ ବକ୍ତା ଭାବେ ସହକାରୀ ସମବାୟ ନିବନ୍ଧକ ଭାବନାଥ ରାୟଗୁରୁ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଶମ୍ଭୁ ଭୂଷଣ ପଧାନ, ଏ.ଆର.ସି.ଏସ. ମଧୁସୂଦନ ମେହେର, ଓ.ୟୁ.ଜେ ଜିଲ୍ଲା ସଭାପତି ତଥା ସାମ୍ବାଦିକ କମ୍ବୁପାଣି ମିଶ୍ର, ଗୋଛାଡେଙ୍ଗେନ ସରପଞ୍ଚ ତଥା ନୂତନ ପଞ୍ଚାୟତ ସମିତି ଗଠନ ସଂଗ୍ରାମ ସମିତି ସଭାପତି ଡକ୍ଟର ସୁରେଶ ପଧାନ, ଅଲାତରା ସରପଞ୍ଚ ସସ୍ମିତା ନାଗ, ଆଦର୍ଶ ମହିଳା ମହାସଂଘ, ସଭାନେତ୍ରୀ ସିମନ୍ତିନି କପାଟ, ସମ୍ପାଦିକା କଳ୍ପନା ଦଣ୍ଡସେନା, ବରିଷ୍ଠ ସାମ୍ବାଦିକ ଉଦ୍ଧବ ପଣ୍ଡା ପ୍ରମୁଖ ଯୋଗଦେଇ ସରକାରଙ୍କ ସମବାୟ  ସମିତି ବ୍ୟାଙ୍କିଙ୍ଗ ସେବା, ଜନ ହିତକାରୀ ଯୋଜନା ଓ ପେସ୍କରୁ ଋଣ ବିଷୟରେ ସୂଚନା ପ୍ରଦାନ କରିଥିଲେ । କୃଷି ଓ ବିଭିନ୍ନ କ୍ଷେତ୍ର ପାଇଁ  ସୁଦର୍ଶନ ପାଢ଼ୀ ଓ ଡମ୍ବରୁ ଧଙ୍ଗଡ଼ାମାଝୀ ମଦନପୁର, ଯୁଗେଶ୍ୱର ବଗର୍ତ୍ତି ଅଲାତରା, ହୃଷିକେଶ ହୋତା କୁମେରପଟା ଏବଂ ପୂର୍ବତନ ପେସ୍କ ସମ୍ପାଦକ ବଳିଷ୍ଠ ସାହୁ ଡୁମେରଗୁଡାଙ୍କୁ ଉପଢୌକନ ଓ ମାନପତ୍ର ଅତିଥିମାନେ ପ୍ରଦାନ କରିଥିଲେ । ମହିଳା ଗୋଷ୍ଠୀ ମାନେ ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ କରିଥିଲେ । ଏଥିରେ ଗୋଛାଡେଙ୍ଗେନ,
ଡମ୍ କର୍ଲାଖୁଣ୍ଟା, ଅଲାତରା, ମଦନପୁର ଗ୍ରାମ ପଞ୍ଚାୟତର ଚାଷୀ, ମହିଳା ଗୋଷ୍ଠୀ, ସି.ଆର.ପି ମାନେ ଅଂଶଗ୍ରହଣ କରିଥିଲେ । ପେସ୍କ କାର୍ଯ୍ୟ ନିର୍ବାହୀ ଅଧିକାରୀ ରିତେଶ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.