
ସଦରବ୍ଲକ, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚୂଡ଼ାପାଲି ଠାରେ ଶିଶୁବାଟିକା ବିଭାଗ(ଆଧାର ସ୍ତର- ୧) ମାତୃକର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଚୁଡାପାଲି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ନନ୍ଦ ଉପସ୍ଥିତ ଥିଲେ । ବଲାଙ୍ଗିର ସଂକୁଳର ଶିଶୁବାଟିକା ପ୍ରମୁଖ ତଥା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କଦମପଡାର ଶିଶୁବାଟିକା ପ୍ରମୁଖ ଶ୍ରୀମତୀ ବିଦ୍ୟୁତ ରେଖା କର ମୁଖ୍ୟବକ୍ତା ଭାବେ ଉପସ୍ଥିତ ପୂର୍ବକ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶମ୍ଭୁପ୍ରସାଦ ମହାକୁର ସ୍ୱାଗତ ଭାଷଣ ଓ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ । ପରିଚାଳନା ସମିତିର ସଭାପତି କ୍ଷୀରୋଦ୍ର ସାହୁ, ଉପସଭାପତି ସଞ୍ଜୀବ ମେହେର, କୋଷାଧକ୍ଷ ବୈଷମ୍ପାୟନ ଥାନାପତି ଉପସ୍ଥିତ ଥିଲେ । ଶିଶୁବାଟିକା ପ୍ରମୁଖ ସୁଶ୍ରୀ ରୀନାରାଣୀ ଜେନା କାର୍ଯ୍ୟଶାଳାର ଉଦ୍ଦେଶ୍ୟ କଥନ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀମତୀ କର ଶିଶୁ ଶିକ୍ଷାର ସ୍ୱରୂପ ପାଠ୍ୟକ୍ରମ ଓ କ୍ରିୟାକଳାପ ବିଷୟରେ ମା’ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଶିଶୁବାଟିକା ବିଭାଗର ଗୁରୁମାମାନେ ମା’ମାନଙ୍କୁ ଶିଶୁବାଟିକାରେ କରାଯାଉଥିବା ବିଭିନ୍ନ କ୍ରିୟାକଳାପ ବିଷୟରେ କାଳାଂଶ ନେଇଥିଲେ । ସମାରୋପ କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସମ୍ପାଦକ ଦନାର୍ଦ୍ଦନ ମହାପାତ୍ର ଉପସ୍ଥିତ ରହି ଶିଶୁମାନଙ୍କ ବିକାଶରେ ମା’ ମାନଙ୍କ ଭୂମିକା ବିଷୟରେ ମାର୍ଗଦର୍ଶନ କରିଥିଲେ ତଥା ମା’ ମାନଙ୍କର ବିଭିନ୍ନ ପ୍ରଶ୍ନର ଶଙ୍କାମୋଚନ କରିଥିଲେ । ପରିଚାଳନା ସମିତିର କୋଷାଧକ୍ଷ ଶ୍ରୀ ଥାନାପତି ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ପବିତ୍ର ବାରିକ ମଞ୍ଚ ପରିଚାଳନା କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା ସେବିକା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।