jayashree

କବିସୂର୍ଯ୍ୟନଗର ଥାନାର ହାବିଲଦାରଙ୍କ ମୃତ୍ୟୁ : କାରଣ ଅସ୍ପଷ୍ଟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ କାର୍ଯ୍ୟରତ ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଛି । ମୃତ ହାବିଲଦାର ଜଣକ ରାମଚନ୍ଦ୍ର ମୁଦୁଲି ବୋଲି ଜଣାପଡ଼ିଛି । ତେବେ ରାମଚନ୍ଦ୍ରଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଓ କିପରି ଘଟିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖବର ପାଇ ଜଣେ ପୋଲିସ ହାବିଲଦାର ଯେ, ପୋଲିସ ବିଭାଗ ହୋଇଥିଲେ ମଧ୍ୟ ପୋଲିସ ଏ ଘଟଣାର ତଦନ୍ତ ଆରମ୍ଭ କରି ଅସଲ ଫର୍ଦ୍ଦାଫାଶ କରିବାର ଏବେ ଜରୁରୀ ହୋଇଛି । ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିବା ଜଣାପଡ଼ିଛି । ଘଟଣାକୁ ନେଇ କବିସୂର୍ଯ୍ୟନଗର ଥାନା ତଥା ପୋଲିସ ପ୍ରସାଶନ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.