pakka

ବିଜ୍ଞାନ ମହାବିଦ୍ୟାଳୟରେ ରକ୍ତଦାନ ସମ୍ପର୍କିତ ସଚେତନତା କର୍ମଶାଳା ଆୟୋଜିତ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଯୁବ-ରେଡକ୍ରସ ତଥା ରେଡ୍‌ ରିବନ୍‌ କ୍ଲବ ତରଫରୁ ରକ୍ତଦାନ ଏକ ମହତ୍ ଦାନ ବୋଲି ଏକ ସଚେତନତା ସମ୍ପର୍କିତ କର୍ମଶାଳା ଶନିବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ପୂର୍ବତନ ଯୁବ ରେଡ୍‌କ୍ରସ୍ ସଂଯୋଜକ ବି. ଗୋବିନ୍ଦ ରାଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଆମ ରାଜ୍ୟ ଓସାକ୍ସର ପୃଷ୍ଠପୋଷକତାରେ ଏପରି କାର୍ଯ୍ୟକ୍ରମ ଏଡ଼୍‌ସ୍‌ ଓ ରକ୍ତଦାନ ସଚେତନତା ସାରା ରାଜ୍ୟରେ ହୋଇଆସୁଛି । ଏହି ଅବସରରେ ମହାବିଦ୍ୟାଳୟର ଏଡ଼୍‌ସ୍‌ ସଚେତନତା ସମ୍ପର୍କିତ କୁଇଜ୍ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ମହାବିଦ୍ୟାଳୟର ଯୁବ ରେଡ୍‌କ୍ରସ୍‌ ତରଫରୁ ଅଧ୍ୟାପକ ମନୋରଞ୍ଜନ ମହାରଣା, ଡ. ମିଲିମିତା ପାଢ଼ୀ, ଡ଼. ମାନସ କୁମାର ତ୍ରିପାଠୀ ତଥା ପ୍ରଶାସନିକ ଅଧିକାରୀ ଡ଼. ପିଙ୍କିରାଣୀ ଦେଇ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସଚେତନତା ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲେ ।

jay balangir
Leave A Reply

Your email address will not be published.

14 + 6 =

error: Content is protected !!