ls

ଆଗଲପରୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିବର୍ତ୍ତନ ସମାବେଶ

2020

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଆଗଲପୁର ହାଇସ୍କୁଲ ପଡିଆରେ ବିଜେପିର ପରିବର୍ତ୍ତନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ବିଜେପି ଲୋକସଭା ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂହଦେଓ ଓ ଲୋଇସିଂହା ବିଧାନସଭା ପ୍ରାର୍ଥୀ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ଭୋଟ୍‌ ଦେଇ ବିଜୟୀ କରିବାକୁ କହିଥିଲେ । କେନ୍ଦ୍ର ସରକାରଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମକୁ ପ୍ରତି ଘରେ ପହଞ୍ଚାଇବାକୁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ତା ସଂଗେ ସଂଗେ ଚାଷ ସମସ୍ୟା, ଭତ୍ତା, ବେରୋଜଗାରୀ ସମସ୍ୟା, ଜଳସେଚନ ଆଦି ମୁଦ୍ଦା ନେଇ ପ୍ରାର୍ଥୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ଦେଇଥିଲେ । ଉକ୍ତ ସଭାରେ ପିତାମ୍ବର କଣ୍ଟା ସଭାପତିତ୍ୱ କରିଥିବା ବେଳେ ଆଗଲପୁର, ପୁଇଁତଲା, ଲୋଇସିଂହା ବ୍ଲକର ମଣ୍ଡଳ ସଭାପତିମାନେ ଉପସ୍ଥିତ ଥିଲେ । କଂଗ୍ରେସ ଓ ବିଜେଡି ଦଳର ଅନନ୍ତ ମେହେର, ଗୋପାଳ ମେହେର, ସହଦେବ ସାହୁ, ଲଛ ଧରୁଆ, ଜିରୁ ଧରୁଆ, ରଜନୀକାନ୍ତ ପାତ୍ର, ଚମ୍ପେଶ୍ୱର ଦୋରା, ରାଜୀବଲୋଚନ ଭୋଇ, କ୍ଷମାନିଧି ଦଳପତି, ମନୋଜ ବେହେରା ପ୍ରମୁଖ ବିଜେପିରେ ମିଶିଥିଲେ ।

Leave A Reply

Your email address will not be published.