ନଅଗାଁ (ଖ)ରେ ଜୋନ୍‌ସ୍ତରୀୟ କର୍ମଶାଳା

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ ଜୋନ୍‌ -୨ ବିଜେପି ମଣ୍ଡଳ ସଭାପତି ପିତାମ୍ବର କଣ୍ଟାଙ୍କ ନେତୃତ୍ୱରେ ଜୋନ୍‌ସ୍ତରୀୟ କର୍ମଶାଳା ନଅଗାଁ (ଖ) ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପିର ଆଗାମୀ କାର୍ଯ୍ୟପନ୍ଥା ତଥା ଗାଁଓ ଚଲୋ, ବୁଥ୍‌ ଚଲୋ ଅଭିଯାନ ସମ୍ପର୍କରେ ଶ୍ରୀ କଣ୍ଟା ଆଲୋକପାତ କରିଥିଲେ । ଆଗାମୀ ୨୦୨୪ରେ କେମିତି ବୁଥ୍‌ସ୍ତରରୁ ବିଜେପି ଦଳ ମଜବୁତ ହେବ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ସୀତାରାମ ପୁରୋହିତ, ଜୋନ୍‌ ପ୍ରଭାରୀ ମଣ୍ଟୁ ମେହେରଙ୍କ ସମେତ ସମସ୍ତ ପଂଚାୟତର ବିଜେପି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 + 6 =