pakka

କୃଷକ ଉତ୍ପାଦକ କମ୍ପାନୀ ସଚେତନତା କର୍ମଶାଳା

bbehera

ମ.ରାମପୁର, (ହେମନ୍ତ ସାହୁ) : ମହାଶକ୍ତି ଫାଉଣ୍ଡେସନ ତରଫରୁ କେନ୍ଦ୍ର ସରକାର ଓ ନାବାର୍ଡ ସହାୟତାରେ ମ. ରାମପୁର ଓ ନର୍ଲ। ବ୍ଲକର ୪୭ ଜଣ ସଫଳ ଚାଷୀଙ୍କୁ ନେଇ ମହାଶକ୍ତି ଫାଉଣ୍ଡେସନ ସଭାଗୃହରେ କୃଷକ ଉତ୍ପାଦକ କମ୍ପାନୀ ଗଠନ ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମହାଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ତଥା କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ଉପସ୍ଥିତ ଚାଷୀମାନଙ୍କୁ ସ୍ଵାଗତ ଜଣାଇ କର୍ମଶାଳାର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରିଥିଲେ । ଶ୍ରୀକାନ୍ତ ହୋତା କୃଷକ ଉତ୍ପାଦକ କମ୍ପାନୀ ଗଠନର ଆବଶ୍ୟକତା ବିଷୟରେ ସୂଚନା ଦେଇଥିଲେ । ମହାଶକ୍ତି ଫାଉଣ୍ଡେସନର କାର୍ଯ୍ୟକ୍ରମ ପରିଚାଳକ ହୃଷୀକେଶ ସାହୁ ଏଫ୍‌ପିଓର କାର୍ଯ୍ୟକାରିତା ଓ ଗଠନ ପ୍ରଣାଳୀ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ବିଭିନ୍ନ ଉଦାହରଣ ଓ ଭିଡ଼ିଓ ମାଧ୍ୟମରେ ଅବଗତ କରିଥିଲେ । ଉପସ୍ଥିତ ପ୍ରତ୍ୟେକ ଚାଷୀ ଆଲୋଚନାଚକ୍ରରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ମ. ରାମପୁର ଓ ନର୍ଲା ବ୍ଲକ ପାଇଁ ୨ ଗୋଟି କୃଷକ ଉତ୍ପାଦକ କମ୍ପାନୀ ଗଠନ କରାଯିବା ପାଇଁ ସ୍ଥିରୀକୃତ ହେଇଥିଲା । ମ.ରାମପୁର ବ୍ଲକର ଉଦ୍ୟାନ କୃଷି ବିଭାଗର ଶିଶିର ସାହୁ ଓ ଅବସରପ୍ରାପ୍ତ କୃଷି ଅଧିକାରୀ ବୃନ୍ଦାବନ ନାଗ କୃଷି ଓ କୃଷକର ବିକାଶ ପାଇଁ ସରକାରୀ ଯୋଜନା ଓ ଏଫ୍‌ପିଓର ଆବଶ୍ୟକତା ବିଷୟରେ ସୂଚନା ଦେଇଥିଲେ । ପ୍ରକାଶ ସାହୁ ଉପସ୍ଥିତ ଚାଷୀ ଏବଂ ସାମ୍ବାଦିକମାନଙ୍କୁ ଧନ୍ୟବାଦ ଦେଇଥିଲେ ଓ ଅନୁଷ୍ଠାନର ଦେବେନ୍ଦ୍ର ମିଶ୍ର, ଜ୍ୟୋତିଷ ନାୟକ, ନମିତା ପୁଝାରୀ ଓ ବଂଶୀଧର ରଣା ସହଯୋଗ କରିଥିଲେ ।

Leave A Reply

Your email address will not be published.

1 × 2 =