pakka

ଆଏଜ୍‌ ‘ବଲାଙ୍ଗିର ଦିନ୍‌’ : ବଲାଙ୍ଗିରିଆ ମନ୍‌ ଗହ ଗହ, ଦୁଲ୍‌କି ଯିବା କୋଶଳ କଳାମଣ୍ଡଳ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଏଜ୍‌ ‘ବଲାଙ୍ଗିର ଦିନ୍‌’ । ବଲାଙ୍ଗିରିଆ ମାନ୍‌କର୍‌ ମନ୍‌ ବଡ଼ା ଗହ ଗହ । ଦୁଲ୍‌କି ଯିବା କୋଶଳ କଳାମଣ୍ଡଳ । ‘ବଲାଙ୍ଗିର ଦିନ୍‌’କେ ଉସତ୍‌ ଉସ୍‌ନାକ୍‌ ଥି ପାଲନ୍‌ କର୍‌ବାକେ ଆୟୋଜକ କମିଟି ଭିନେ ଭିନେ କାର୍ଯ୍ୟକ୍ରମ୍‌ ମାନେ ହାତ୍‌କେ ନେଇଛେ ଆର୍‌ ମଁଚାନ୍‌ ବି ଉଛବ୍‌ କେ ଟାକିକରି ବସିଛେ । ଏଦେ ଆର୍‌ ଘଡେ଼ କେ ୯ ବଜେ ନୁ ସାଂସ୍କୃତିକ ଶୋଭାଯାତ୍ରା ସହର୍‌ ପରିକ୍ରମା କର୍‌ବା । ଇ’ କାର୍ଯ୍ୟକ୍ରମ କେ ଶୁଭ୍‌ ଦେବେ ଜିଲ୍ଲାପାଳ ଚଂଚଳ ରାଣା ଆର୍‌ ଏସ୍‌ପି ନୀତିନ କୁଶଲକର । ଇଥି ଘଁଟ୍‌ ପାଟି, ଘୁମ୍‌ରା, ଦୁଲ୍‌ଦୁଲି, ଆଦିବାସୀ ନାଚ୍‌, ଭିନେ ଭିନେ ସାଂସ୍କୃତିକ ଆର୍‌ ସାମାଜିକ ଅନୁଷ୍ଠାନ, ଏସ୍‌ଏଚ୍‌ଜି ଗ୍ରୁପ୍‌ର ମାଁ ମାନେ, ସହରର ଜ୍ଞାନୀ ଗୁନୀ ଲୋକ୍‌ବାକ୍‌ ସଭେ ସାମିଲ୍‌ ହେବେ । ବେଲ୍‌ହଉ ୪ ବଜେ କେ ଲୋକଗୀତ ପରିବେଷଣ ହେବାର ସାଂଗେ ସାଂଗେ ଆର୍‌ ଖୋବ୍‌ କାର୍ଯ୍ୟକ୍ରମ୍‌ ଜମକ୍‌ ଧର୍‌ବା କୋଶଳ କଳାମଣ୍ଡଳ୍‌ ଥି । ବେଲ୍‌ବୁଡ଼ାକେ ଗୁଟେ ବଡ଼ଭାରି ସଭାର୍‌ ଆୟୋଜନ୍‌ ହେଇଛେ । ଇନେ ନାଁକରା ଇ’ମାଟିର ଗର୍ବ ଆର୍‌ ଗୌରବ୍‌ ମାନେ ଯୋଗ୍‌ଦାନ୍‌ କର୍‌ବେ । ଇତାର୍‌ ଉତାରୁ ଦୁଲ୍‌କିଯିବା ମଁଚାନ୍‌ । ଗର୍‌ଜିଯିବା ଢେ଼ାଲ୍‌, ମୁହୁରୀ, ତାସା, ନିସାନ୍‌ । ସାଂସ୍କୃତିକ ଦଲ୍‌ମାନେ ମହକେଇ ଦେବେ ‘ବଲାଙ୍ଗିର ଦିନ୍‌’କେ ।

jay balangir
Leave A Reply

Your email address will not be published.

sixteen − one =

error: Content is protected !!