ନୂତନ ଚୟନ ରାଜ୍ୟ ଟାଇକୋଣ୍ଡା ସଂଘର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ଟାଇକୋଣ୍ଡା ସଂଘ ତରଫରୁ ପୁରୀ ସଂସ୍କୃତି ଭବନ ପରିସରରେ ବାର୍ଷିକ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାତୀୟ ଟାଇକୋଣ୍ଡା ମହାସଂଘ ଯୁଗ୍ମ ସମ୍ପାଦକ ଅଜୟ କୁମାର ଦଲାଲ ଯୋଗଦେଇ ଓଡିଶାରେ ଟାଇକୋଣ୍ଡାର ପ୍ରଚାର ପ୍ରସାର ଏବଂ ଅଗ୍ରଗତି ନିମନ୍ତେ ରାଜ୍ୟ ଟାଇକୋଣ୍ଡା ସଂଘର କର୍ମକର୍ତ୍ତା ଚୟନ କରାଯାଇଥିଲା । ସେଥରେ ରାଜ୍ୟ ସଭାପତି ଭାବେ ଖୋର୍ଦ୍ଧା ଜିଲ୍ଲାର ବ୍ୟମୋକେଶ ଅଭିଳାଷ ପ୍ରସାଦ, ସମ୍ପାଦକ ଭାବେ ପୁରୀ ଜିଲ୍ଲାର ମନମୋହନ ଭଞ୍ଜ ନିର୍ବାଚିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର କୋଷାଧ୍ୟକ୍ଷ ଭାବେ କେ. ମନୋଜ ପ୍ରଧାନ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ସନ୍ଧ୍ୟାରେ ସ୍ଥାନୀୟ ଲକ୍ଷଣ ଭବନ ଠାରେ ଗଂଜାମ ଜ଼ିଲ୍ଲା ଆଥଲେଟିକ ସଂଘର ଉପ ସଭାପତି ପ୍ରଫୁଲ ପଟ୍ଟନାୟକ ଓ ଗଞ୍ଜାମ ଟାଇକୋଣ୍ଡୋ ସଙ୍ଘର କର୍ମକର୍ତ୍ତା ଡ଼. ଅନୀତା ମିଶ୍ର, ପ୍ରସାଦ ନାୟକ, ଲଳିତ କୁମାର, ବସୁ ନାୟକ, ପ୍ରୀତମ ବେହେରା, ପିୟୂଷ ପ୍ରସାଦ ଷଡ଼ଙ୍ଗୀ, ଦେବେନ୍ଦ୍ର ସାହୁ, ବବୁଲୁ ନାୟକ, ରାଜା ଦାସ କେଏମ୍‌ପି ସ୍ପୋର୍ଟ ଏକାଡେମୀର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପୁଷ୍ପଗୁଚ୍ଛ ଦେଇ କେ. ମନୋଜ ପ୍ରଧାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି ଏବଂ ଏହା ସାଂଗକୁ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ କ୍ରୀଡ଼ାବିତମାନେ ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.

four × 1 =