ଆମ ପୋଲିସ ସମିତି ପକ୍ଷରୁ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ଚମାଖଣ୍ଡି ପୋଲିସ ଥାନା ପକ୍ଷରୁ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ‘ଆମ ପୋଲିସ ସମିତି’ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରବେଶନାରୀ ଆଇପିଏସ୍ ଅଧିକାରୀ ଏ.ବି. ଶିଳ୍ପା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନ୍ ଶୃଙ୍ଖଳା ବିଷୟରେ ଜନସାଧାରଣଙ୍କୁ ସଚେତନ କରିଥିଲେ । ଜନସାଧାରଣ ଆଇନକୁ ହାତକୁ ନନେବା, ସାଇବର ଅପରାଧୀମାନଙ୍କ ପ୍ରତି ସତର୍କ ରହିବା, ବାଲ୍ୟ ବିବାହକୁ ପ୍ରୋତ୍ସାହନା ନ ଦେବା, ବୃଦ୍ଧ ବାପା ମାଆଙ୍କ ପ୍ରତି ଅବହେଳା ନ କରିବା ପ୍ରଭୃତି ବିଷୟ ପ୍ରତି ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ । ଏସବୁ କ୍ଷେତ୍ରରେ ପୋଲିସକୁ ସହଯୋଗ କରି ସହାୟତା ନେବା ପାଇଁ ବକ୍ତବ୍ୟ ରଖିଥିଲେ । ଚମାଖଣ୍ଡି ଭାରପ୍ରାପ୍ତ ଥାନା ଅଧିକାରୀ ଦିପିକା ରାୟ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଗ୍ରାମରେ ଶାନ୍ତି ଶୃଙ୍ଖଳା ରକ୍ଷାକରିବା, ଆବଶ୍ୟକ ସ୍ଥଳେ ପୋଲିସର ସହାୟତା ନେବା ପାଇଁ ପରାମର୍ଶ ଦେଇଥିଲେ । ଆଇନ ପରାମର୍ଶଦାତା ରାଜେଶ ମିଶ୍ର ଆଇନର ବିଭିନ୍ନ ଦିଗରୁ ଆଲୋଚନା କରି ପୋଲିସ ଅଧିକାରୀଙ୍କ ସହ ସୁସମ୍ପର୍କ ସ୍ଥାପନ ସହ ଅପରାଧ ନିୟନ୍ତ୍ରଣରେ ପୋଲିସକୁ ସଭିଁଏ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଅବସରପ୍ରାପ୍ତ ରାଜ୍ୟସ୍ତରୀୟ ପୁରସ୍କୃାରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ବରିଷ୍ଠ ନାଗରିକ ମଞ୍ଚର ସଭ୍ୟମାନଙ୍କ ପାଇଁ ପୋଲିସ ତରଫରୁ ପରିଚୟ ପତ୍ର ପ୍ରଦାନ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଙ୍ଗଣାପଲ୍ଲୀ ପଞ୍ଚାୟତ ସରପଞ୍ଚ ବି. ସୁଦାମ, ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା, ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ ଉଦ୍‌ବୋଧନ ଦେଇଥିଲେ । ଜଗନ୍ନାଥପୁର ଛକ ଫାଣ୍ଡି ଅଧିକାରୀ ଅରୁଣ କୁମାର ରାଉତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସାଂଗକୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଗ୍ରାମ ସଭାପତି ଅମରେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eight + eighteen =