pakka

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଲାଉମୁଣ୍ଡା ଗ୍ରାମ ପଞ୍ଚାୟତରେ ବେଆଇନ ଭାବରେ ସରକାରୀ ଜମିକୁ ଅନେକ ଲୋକେ ଜବରଦଖଲ କରି ଆସୁଛନ୍ତି । ଏହାକୁ ସ୍ଥାନୀୟ ଲୋକମାନେ ବିରୋଧ କରିଆସୁଥିଲେ ସୁଦ୍ଧା ବିଜେପୁର ତହସିଲଦାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଅସନ୍ତୋଷ ଦେଖାଯାଉଛି । ଲାଉମୁଣ୍ଡା ରାଜସ୍ୱ ନିରୀକ୍ଷକ କ୍ଷୀରେଶ୍ୱର ନାଏକ ମନା କରିଥିଲେ ସୁଦ୍ଧା ତାଙ୍କ କଥାକୁ ଜବରଦଖଲକାରୀ ବୃକ୍ଷେପ କରୁନାହାନ୍ତି ଯେଉଁଥିରେ ବର୍ତ୍ତମାନ ବିଜେପୁର ତହସିଲଦାର ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି । ସୂଚନା ଅନୁସାରେ ଲାଉମୁଣ୍ଡା ଗ୍ରାମ ପଞ୍ଚାୟତର ମୌଜା-ରାନିମାଲ ପ୍ଲଟ୍ ନଂ-୧୩୪ ଗୋଚର ଜମି ଜବରଦଖଲ ବିରୋଧରେ ଲାଉମୁଣ୍ଡାର ନୀଳ ଦୀପ ଏବଂ କିଛି ସମାଜସେବୀ ୨୦୧୮ରୁ ବାରମ୍ବାର ଅଭିଯୋଗ କରିଆସୁଥିବା ବେଳେ ଗତ ଏପ୍ରିଲ ୧୧ ତାରିଖ ରବିବାର ଦିନ ସେହି ସମୟରେ ଦାୟିତ୍ୱରେ ଥିବା ତହସିଲଦାର କୁଲମଣୀ ରଣବିଡା ଏବଂ ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ ଲାଉମୁଣ୍ଡାକୁ ଆସି ଗୋଚର ଜମି ଜବରଦଖଲ କରିଥିବା ବିଜୟ ମେହେର ପି- ଲବାରୁ ମେହେରର ଅଧା ତିଆରି ଘରେ ଷ୍ଟେ ଅର୍ଡର ନୋଟିସ୍ ଛାପା ମାରିଥିବା ସତ୍ୱେ ବିଜୟ ମେହେର ପ୍ରଶାସନର ନିୟମକୁ ଅବମାନନା କରି ପୁଣି ସେହି ଗୋଚର ଜମିରେ ଘର ତିଆରି କରୁଛି ବର୍ତ୍ତମାନ ବିଜେପୁର ତହସିଲଦାରଙ୍କ ଅନୁପସ୍ଥିତିରେ ବିଡିଓ ପଦ୍ମନାଭ ସାମନ୍ତରାୟ ବିଜେପୁର ତହସିଲଦାର ଦାୟିତ୍ୱରେ ଅଛନ୍ତି । ତୁରନ୍ତ ଏହି ଗମ୍ଭୀର ବିଷୟକୁ ଧ୍ୟାନ ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମାଜସେବୀ ନୀଳ ଦୀପ ଅନୁରୋଧ କରିଛନ୍ତି ।

jay balangir
Leave A Reply

Your email address will not be published.

3 × three =

error: Content is protected !!