
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ହିର୍ଲିମାଲ ଗାଁରେ ପବିତ୍ର ଗଣେଶ ପୂଜା ଅବସରରେ ସୋମବାର ସନ୍ଧ୍ୟାରେ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୦ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ଏସ୍ଟିଆର୍ ଗ୍ରୁପ ମହିମୁଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ହିର୍ଲିମାଳ ଦଳ ଦ୍ଵିତୀୟ ଓ ପୁରୁଣାପାଣି ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଭାବେ ମୁକୁନ୍ଦପୁର ପଞ୍ଚାୟତ ସମିତି ସଭ୍ୟ ଅଭିମନ୍ୟୁ ମାଝୀ, ମକୁନ୍ଦପୁର ନାଏବ ସରପଞ୍ଚ ଭଗବାନ ବଗର୍ତ୍ତି, ସମାଜ ସେବୀ ଗୋବର୍ଦ୍ଧନ ସାହୁ, ଶ୍ରୀବସି ନାଗ, ରଜିନ୍ଦ୍ର ନାଏକ, ଚାରଭଟା କୃଷି ସମବାୟ ସମିତିର କର୍ମୀ ନିମାଇଁ ଚରଣ କୁଅଁର ଉପସ୍ଥିତ ଥିଲେ । ଗଣେଶ ପୂଜା କମିଟି ହିର୍ଲିମାଲର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

