jayashree

ଉଦ୍ୟମୀ ଓଡ଼ିଶା’ ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏମ୍‌ଏସ୍‌ଏମ୍‌ଇ ବିଭାଗ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି), ରାଉରକେଲାର ମିଳିତ ଉଦ୍ୟମରେ ଆୟୋଜିତ ‘ଉଦ୍ୟମୀ ଓଡ଼ିଶା’ ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ ଆଜି ସଫଳତାର ସହ ସମାପ୍ତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୩୦.୦୬.୨୦୨୬ ତାରିଖରେ ରାଉରକେଲାସ୍ଥିତ ଉଜିଆଇଇ ଖେଳ ପଡ଼ିଆରେ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମର ଉଦ୍‌ଘ।ଟନ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଦୀନା ଦସ୍ତଗୀର କରିଥିଲେ । ଏହି ମେଳାରେ ପ୍ରାୟ ୨୦ଟି ଷ୍ଟଲ୍ ସ୍ଥାପନ କରାଯାଇଥିଲା । ଯେଉଁଥିରେ ବିଭିନ୍ନ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଅଂଶଗ୍ରହଣ କରି ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବଜାର ସଂଯୋଗ, ଉତ୍ପାଦର ପ୍ରଚାର-ପ୍ରସାର ଏବଂ ଉତ୍ପାଦ ପ୍ରଦର୍ଶନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ସମାପନ ଉତ୍ସବରେ ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ୟମୀତାର ବିକାଶ ଏବଂ ଆତ୍ମନିର୍ଭର ଓଡ଼ିଶା ଗଠନରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଭୂମିକା ସମ୍ପର୍କରେ ମତ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଓ ଏଏସ୍‌ଏମ୍‌ଇର ସଚିବ ସନ୍ଦୀପ କୁମାର ପାଲ, ଉଦିତନଗର ଏସ୍‌ବିଆଇ ବ୍ୟାଙ୍କର ଫିଲ୍ଡ ଅଫିସର ତରୁଣ କୁମାର ସେଠ, ଉଜିଆଇଇର ଉପାଧ୍ୟକ୍ଷ ଶିଶିର କୁମାର ଦଳାଇ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ପ୍ରତିନିଧି ଲତିକା ପଟ୍ଟନାୟକ, ସାଂସଦ ପ୍ରତିନିଧି ପ୍ରକାଶ ପାସୱାନ, ଡିଆଇସିର ମହାପ୍ରବନ୍ଧକ ସ୍ମୃତି ରଞ୍ଜନ ରାଉତରାୟ ଉପସ୍ଥିତ ଥିଲେ । ଏହି ଅବସରରେ ପାଞ୍ଚଜଣ ଉଦ୍ୟମୀଙ୍କୁ ସିଏମ୍‌-ଏସ୍‌ଆର୍‌ଆଇଏମ୍‌ ଯୋଜନା ଅନ୍ତର୍ଗତ ଚେକ୍ ପ୍ରଦାନ କରାଯାଇଥିଲା । ସେହିପରି ଦୁଇଜଣ ସଫଳ ଉଦ୍ୟମୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ କୁଇଜ୍, ଚିତ୍ରାଙ୍କନ ଓ ବିତର୍କ ପ୍ରତିଯୋଗିତାର ବିଜେତାମାନଙ୍କୁ ମଧ୍ୟ ପୁରସ୍କାର ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଅତିଥି, ଉଦ୍ୟମୀ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଜଣାଇବା ସହ ଭବିଷ୍ୟତରେ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ଉଦ୍ୟମୀତାକୁ ଆହୁରି ସୁଦୃଢ଼ କରିବାର ଆଶା ବ୍ୟକ୍ତ କରାଯାଇଥିଲା ।

Leave A Reply

Your email address will not be published.