pakka

ଛତ୍ରପୁର ମହିଳା ମହାବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ସଫଳ ରୂପାୟନ ଲାଗି ଛତ୍ରପୁର ମହିଳା ମହାବିଦ୍ୟାଳୟ ପକ୍ଷରୁ ମୋ କଲେଜ ଅଭିଯାନ ଓ ଜାତୀୟ ସେବା ସଂସ୍ଥା ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁମିତା ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମହାବିଦ୍ୟାଳୟର ବହୁ ଅଧ୍ୟାପିକା ଓ ଛାତ୍ରୀମାନେ ହାତରେ ତ୍ରିରଙ୍ଗା ପତାକା ଧରି ସହର ପରିକ୍ରମା କରିଥିଲେ । ଏହା ସହ ସହରର ବିଭିନ୍ନ ବର୍ଗର ଲୋକମାନଙ୍କୁ ଜାତୀୟ ପତାକାର ମର୍ଯ୍ୟାଦା ରକ୍ଷା କରିବା ପାଇଁ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା କବିତା ସାହୁ, ଡ. ଯାଜ୍ଞସିନୀ ପାଣିଗ୍ରାହୀ, ଦିପ୍ତି ନନ୍ଦ, ଅଞ୍ଜଳି ସେଠୀ, ସୁଜାତା କୁମାରୀ ବେହେରା, ମହାବିଦ୍ୟାଳୟର କର୍ମଚାରୀ ସନ୍ତୋଷ ବିଷୋୟୀ, ଗୀତାଞ୍ଜଳି ସାମନ୍ତରାୟ, ଏମ୍‌. ଜନାର୍ଦ୍ଦନ ରାଓ ଓ ପି. ନାଗାମ୍ମାଙ୍କ ସମେତ ବହୁ ଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two × 1 =