ୱାର୍ଡରେ ପୌର ପ୍ରଶାସନ ଜନ ଶୁଣାଣି କାର୍ଯ୍ୟକ୍ରମ : ଟିଟିଲାଗଡ଼ ୱାର୍ଡ ନମ୍ବର ୨ ରୁ ଆରମ୍ଭ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଲୋକଙ୍କ ସରକାର ଯାହାକି ମୋହନ ମାଝୀ, ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବା ହେଉ କି ନିଜ ୱାର୍ଡର ଅସୁବିଧା ବିଷୟରେ ଜଣେଇବାକୁ ହେଲେ ଆଗ କାର୍ଯ୍ୟାଳୟକୁ ଯିବାକୁ ପଡୁଥିଲା । ଏବେ ତାହାକୁ ହୃଦୟଙ୍ଗମ କରି ଆହୁରି ସରଳ ଉପାୟରେ ଲୋକଙ୍କ ନିକଟକୁ ତାଙ୍କ ୱାର୍ଡକୁ ଯାଇ ତାଙ୍କର ଅସୁବିଧା ବୁଝିବା ସହ ସମାଧାନ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ଯାହାକି ୱାର୍ଡରେ ପୌର ପ୍ରଶାସନ ଜନ ଶୁଣାଣି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ୱାର୍ଡ ନମ୍ବର ଦୁଇ ଟିଟିଲାଗଡ଼ରେ ଆରମ୍ଭ କରାଯାଇଛି । ଏହି ଅବସରରେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ, ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀଙ୍କ ସମେତ ବିଭିନ୍ନ ସରକାରୀ ଯୋଜନାର ଅଧିକାରୀମାନେ ଉପସ୍ଥିତ ଥିଲେ । ଆସିଥିବା ପଡ଼ାବାସୀ ନିଜ ନିଜର ଅଭିଯୋଗ ଜଣାଇଥିଲେ । ତେବେ ପୂର୍ବରୁ ୱାର୍ଡ ମେମ୍ବର ଶ୍ରୀମତି ଚନ୍ଦ୍ରକାନ୍ତି ନାଗ ନିଜ ୱାର୍ଡର ସମସ୍ତ ସମସ୍ୟାକୁ ପୌର ପରିଷଦ କାର୍ଯ୍ୟାଳୟରେ ଉପସ୍ଥାପନ କରି ସମାଧାନ କରାଇଥିବା ଯୋଗୁଁ ବହୁତ କମ ଅଭିଯୋଗ ଆସିଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ସଂଗଠିକା ଶୁଭଶ୍ରୀ ସାହୁ ପରିଚାଳନା କରିଥିଲେ । ପ୍ରତି ମଙ୍ଗଳବାରକୁ ମଙ୍ଗଳବାର ବିଭିନ୍ନ ୱାର୍ଡମାନଙ୍କରେ ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.