csstore

ବ୍ଲକ ସ୍ତରୀୟ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁରରେ ବ୍ଲକ ସ୍ତରୀୟ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ନଅଗାଁ (ଖ) ପଂଚାୟତ ଅନ୍ତର୍ଗତ ରୁରାଲପାର୍କ ପଛପଟ ପଡିଆରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାଶ ଯୋଗଦେଇଥିଲେ । ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ପଧାନ, ଜୋନ ୨ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ବୀଣା ପାଣି ଦାଶ, ସରପଂଚ ବ୍ରୁନ୍ଦାବନ ସେଠ, ସମିତି ସଭ୍ୟ କୁନା ଦଣ୍ଡସେନା, ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ବ୍ଲକ ପ୍ରତିନିଧି ପିତାମ୍ବର କଣ୍ଟା, ଜପିଓ ସୌଭାଗ୍ୟ ପଧାନ, ଏଡିଇଓ, ଏଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ପରିବେଶ, ତାପମାତ୍ରା, ବୃଷ୍ଟିପାତ, ପୃଥିବୀରେ ଅମ୍ଳଜାନ ସହାୟକ ସହ ମୃତ୍ତିକା ସଂରକ୍ଷଣ ଏହାର ମୂଳ ଲକ୍ଷ ବୋଲି ମତପ୍ରକାଶ ପାଇଥିଲା । ଏହି ଅବସରରେ ବିଭିନ୍ନ ସ୍ୱୟଂ ସହାୟକ ଦଳ ଓ ପଂଚାୟତ ଅନ୍ତର୍ଗତ ଗ୍ରାମମାନଙ୍କର ବହୁ ପୁରୁଷ, ମହିଳାମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିବା ସୂଚନା ମିଳିଛି । ଆଗଲପୁର ବ୍ଲକର ସମସ୍ତ ପଂଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ସୂଚନାରୁ ପ୍ରକାଶ ।

jayashree
Leave A Reply

Your email address will not be published.