csstore

ବାରବନ୍ଧା ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ. ସାହୁ) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଦୁତୀୟ ବନଛୋରଙ୍କ ତତ୍ୱାବଧାନରେ କଳାରୁଦ୍ର ଯୁବକ ସଂଘ କୁସୁର୍ଲା(ହଜାରୀପଡା) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଓ ମ. ରାମପୁର ବ୍ଲକ ବାରବନ୍ଧା ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ୧୦ କିଲୋଗ୍ରାମ ପ୍ଲାଷ୍ଟିକ ସଂଗ୍ରହ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାରବନ୍ଧା ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ ନମିତା ରାଉତ, ବାରବନ୍ଧା ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ମୁଖ୍ୟ ଡାକ୍ତର ଅଭିନାଶ ହେମରମ୍ବ, ଆୟୁର୍ବେଦିକ ଡାକ୍ତର ଶ୍ରୀ ପାଣି, ଫାର୍ମାସିଷ୍ଟ ପ୍ରଦୀପ କୁମାର ବାରିକ, ଯୋଗ ଏବଂ ପ୍ରାକୃତିକ ଚିକିତ୍ସକ ତଥା କଳାରୁଦ୍ର ଯୁବକ ସଂଘ ପୂର୍ବତନ ସଭାପତି ସନତ କୁମାର ସାହୁ, ଏଏନ୍‌ଏମ୍‌ ଶିଳ୍ପା ନାଗ, ଷ୍ଟାଫନର୍ସ ରଶ୍ମିତା ସେନାପତି, ଏଲ ଟି ଜିସନ ଅଲ୍ଲୀ ଖାନ, କୋଡିନେଟର ବିବେକ ବଳ, ୱାର୍ଡ ଆଟେଡେଣ୍ଟ ସନ୍ତୋଷ ମହାନନ୍ଦ, ସଫେଇ କର୍ମଚାରୀ ପୂର୍ଣ୍ଣ କୁମାର, ମିଥୁନ ମହାନନ୍ଦ, ସମାଜସେବୀ ପପୁ ସେନାପତି ଉପସ୍ଥିତ ରହି ସ୍ଵଚ୍ଛତା କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଶେଷରେ ଡାକ୍ତର ଶ୍ରୀ ପାଣି ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.