csstore

ଯୁବ ଗୋଷ୍ଠୀଙ୍କ ଦ୍ଵାରା ଗାଁ ପରିବେଶ ସଫେଇ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅଧିନସ୍ଥ ସିଆଲବାହାଲି ଗାଁର ଯୁବକମାନେ ରାସ୍ତା ଏବଂ ଛୋଟ ବ୍ରିଜକୁ ସଫା କରିଥିଲେ । ଶ୍ରୀ ଜଗନ୍ନାଥ ସଂଘର କର୍ମକର୍ତ୍ତାମାନେ ଗାଁର ସଫେଇ ଏବଂ ଉନ୍ନତି ପାଇଁ ଲାଗି ପଡିଛନ୍ତି । ସଭାପତି ବଡ ମେହେର ଓ ଉପ-ସଭାପତି ପଦ୍ମଲୋଚନ ବାଗଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟକ୍ରମରେ ଡମ୍ବରୁଧର ଷାଣ୍ଢ, ବିଭୁ ଷାଣ୍ଢ, ନରେଶ ଷାଣ୍ଢ, ପଞ୍ଚାନନ ଷାଣ୍ଢ, ବିଶ୍ୱନାଥ ସାହୂ, ବିକାଶ ଗଡ଼ତ୍ୟା, ଆନନ୍ଦ ଦେବଗୁରୁ, ସଂଜୀବ ମେହେର, ପଞ୍ଚା ଷାଣ୍ଢ, ଆକାଶ ଚନ୍ଦନ, କଇଲାସ ମେହେର, ସୋମନାଥ ଷାଣ୍ଢ, ଶ୍ରୀରାମ ଦେବଗୁରୁ, ଗୋବିନ୍ଦ ଦେବଗୁରୁ, ପରମେଶ୍‌ଶ୍ୱର ଦେବଗୁରୁ, ଗୋବିନ୍ଦ ଦେବଗୁରୁ, ତପନ ଦେବଗୁରୁ ପ୍ରମୁଖ ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.