csstore

ମନ୍ତ୍ରୀଙ୍କ ଦ୍ୱାରା ଗାଈ ଗୁହାଳ କାର୍ଯ୍ୟାଦେଶ, ମଧୁବାବୁ ପେନସନ ଓ ଏସ୍‌ଏଚ୍‌ଜି ଗ୍ରୁପଙ୍କୁ ଋଣ ବଣ୍ଟନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ରାଜେନ୍ଦ୍ର ନାରାୟଣ ଷ୍ଟାଡିୟମଠାରେ ସୋମବାର ଗାଈ ଗୁହାଳ କାର୍ଯ୍ୟାଦେଶ, ମଧୁବାବୁ ପେନସନ ଯୋଜନା ଓ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜଳ ସମ୍ପଦ, ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ଟୁକୁନୀ ସାହୁ ଯୋଗଦାନ କରି ସରକାର ଲୋକାଭିମୁଖୀ ଯୋଜନାର ବିଭିନ୍ନ ପ୍ରକାଶ ହିତାଧିକାରୀମାନଙ୍କୁ ବଣ୍ଟନ କରିଥିଲେ । ଏଥିରେ ସଇଁତଲା ତହସିଲଦାର ମାନସଫିଲ କେରକେଟା, ସିଡ଼ିପିଓ ସବିତା ଦାସ, ଜିଲ୍ଲା ପରିଷଦ ସଦସ୍ୟ ହିମାଂଚଳ ବୁଡ଼େକ, ସରପଞ୍ଚ ପୋରୁଷତ୍ତମ କଲତା, ଓମଫେଡ଼ ମେନେଜର ଡା. ରଜନୀ କାନ୍ତ ପଣ୍ଡା ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ସୁକୁରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ ପରିଚାଳନା କରିଥିଲେ । ଏହି ବୈଠକ ୩୩୦ ଗୋଟି ମହିଳା ସ୍ୱୟଂ ସହାୟିକା ଦଳକୁ ୮ କୋଟି ୧୦ ଲକ୍ଷ ୫୮ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ବ୍ଲକ ପ୍ରଶାସନ ତରଫରୁ ୧୦୦ ଜଣ ଦୁଗ୍ଧ ଚାଷୀଙ୍କୁ ଗାଈ ଗୁହାଳ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ସେହିପରି ୨୫୩ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରି ଚେକ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରମୋଦ ଭୋଇ, ସଇଁତଲା ଏପିଓ ବନଜାବାସିନୀ ଦାସ, ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ, ମିଶନ ଶକ୍ତି ବିଭାଗର ବିଏଲ୍‌ସି ସୁଧାଂଶୁ ଶେଖର ବଚ୍ଛା, ଝୁଲଣା ବାଗ, କିରାଣୀ ସଂଗ୍ରାମ ମିଶ୍ରଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ, ବିଭିନ୍ନ ବ୍ୟାଙ୍କ ମେନେଜର, ଏମ୍‌ବିକେ, ସିଆର୍‌ସିପିଏମ୍‌ ଓ ବିଭିନ୍ନ ସ୍ୱୟଂ ସହାୟିକା ଦଳ ମହିଳାମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.