csstore

ବଲାଙ୍ଗିର କରାଟେ ସଂଘର ୪ ଜଣ କରାଟେକାଙ୍କ ପାଟଣା ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିହାର ରାଜ୍ୟର ପାଟଣା ଠାରେ ଅନୁଷ୍ଠିତ ହେବାକୁ ଥିବା ‘୪ତମ ପୂର୍ବ ଭାରତ କରାଟେ ପ୍ରତିଯୋଗିତା ୨୦୨୪’ରେ ବଲାଙ୍ଗିର ଜିଲ୍ଲା କରାଟେ ଡୁ ସଂଘ ତଥା ବଲାଙ୍ଗିର କରାଟେ ସ୍କୁଲର ୪ ଜଣ (୨ ବାଳିକା ଓ ୨ ବାଳକ) କରାଟେକା ଓଡିଶା ରାଜ୍ୟ କରାଟେ ଡୁ ସଂଘ ଦ୍ୱାରା ମନୋନିତ କରାଟେକା ମାନେ ହେଲେ ତମନ୍ନା ମେହେର, ଅଙ୍କିତା ବିଶ୍ୱାଲ, ଲୋକେଶ ବାଗ ଏବଂ ପପୁ ସାହୁଙ୍କ ସହିତ ବଲାଙ୍ଗିର ଜିଲ୍ଲା କରାଟେ ଡୁ ସଂଘର ସଂପାଦକ ତଥା ସ୍କୁଲର ମୁଖ୍ୟ କୋଚ ହୃଦୟ ଶବର ଓ ସହ କୋଚ ଚନ୍ଦ୍ର ଶେଖର ସେଠ ୨୬ ତାରିଖ ପାଟଣା ଅଭିମୁଖେ ଯାତ୍ର କରିଛନ୍ତି । ଏହି ପ୍ରତିଯୋଗିତା ଚଳିତ ମାସର ତାରିଖ ୨୮ ଓ ୨୯ ଦୁଇ ଦିନ ଧରି ହେବ । ଏହି ପ୍ରତିଯୋଗିତାକୁ ‘ଇଷ୍ଟ ଇଣ୍ଡିଆ କରାଟେ ସଂଘ ଓ ବିହାର ରାଜ୍ୟ କରାଟେ ସଂଘ’ର ମିଳିତ ଆନୁକୁଲ୍ୟରେ ଆୟୋଜିତ ହେବ । ଏହି ପରିପ୍ରେକ୍ଷୀରେ ଉପଦେଷ୍ଟା ମାନୁଏଲ ନାଗ, ସଭାପତି ଦେବଦତ୍ତ ବେହେରା, ଉପସଭାପତି ସୁରେଶ ଚନ୍ଦ୍ର ଜାଲ, ସରୋଜକାନ୍ତ ବେହେରା, ସଚିଦାନନ୍ଦ ନାଗ ଏବଂ କରାଟେ ପ୍ରେମି ଶୁଭେଚ୍ଛା ଜଣାଇଛନ୍ତି ।

jayashree
Leave A Reply

Your email address will not be published.