ତେଲ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଦୁଇ ଭଉଣୀ ଅନ୍‌ମୋଲ ଓ ଆଁଚଲ : କାରଣ ଅସ୍ପଷ୍ଟ, ଏବେ ବି ଶବର ମିଳିନି ପତ୍ତା

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ଏବଂ ଗୁଡଭେଳା ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ରହିଥିବା ତେଲ ନଦୀ ବ୍ରିଜ ଉପରେ ଏକ ଧଳା ରଙ୍ଗର ହୀରୋ ସ୍କୁଟି ରହିଥିବା ବେଳେ ଦୁଇ ହଳ ଯୁବତୀଙ୍କ ଦୁଇ ହଳ ଚପଲ ବି ରହିଥିଲା । ଏମିତି କି ସ୍କୁଟି ଗାଡ଼ିରେ ଚାବି ଲାଗିଥିବା ବେଳେ ଆଖପାଖର କୌଣସି ଦୁଇଜଣ ଯୁବତୀ ତେଲ ନଦୀ ବ୍ରିଜ ଉପରୁ ନଦୀ ଗର୍ଭକୁ ଡେଇଁ ପଡ଼ିଥିବା ଅନୁମାନ କରାଯାଇଥିଲା । ନଦୀ ଉପରେ ସନ୍ଦେହ ଜନକ ଅବସ୍ଥାରେ ରହିଥିବା ସ୍କୁଟିର ନମ୍ବରକୁ ପରିବହନ ବିଭାଗର ମୋବାଇଲ ଆପ୍ସରେ ଦେଖିଲେ ରାମାବତାର ଅଗ୍ରୱାଲଙ୍କ ନାମ ଆସୁଥିବାରୁ ଏହା ଗୁଡଭେଲା ବ୍ଲକର ବ୍ୟବସାୟୀଙ୍କ ଦୁଇ ଝିଅ ବୋଲି ଚର୍ଚ୍ଚା ହେଉଥିଲା । ତେବେ ୫୦ଫୁଟ ଉଚ୍ଚତା ବିଶିଷ୍ଟ ବ୍ରିଜ ତଳକୁ ଡେଇଁ କାହିିଁକି ଆତ୍ମହତ୍ୟା କଲେ, ତାହା ସନ୍ଦେହ ସୃଷ୍ଟି କରୁଛି । ଏପର୍ୟ୍ୟନ୍ତ ଶବ ମିଳିପାରିନ ଥିବା ବେଳେ ଆତ୍ମହତ୍ୟାର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ଦୁଇ ଜଣ ଯୁବତୀଙ୍କ ନାମ ହେଉଛି ଅନ୍‌ମୋଲ ଅଗ୍ରୱାଲ(୨୨) ଓ ଆଁଚଲ ଅଗ୍ରୱାଲ(୧୯) ବୋଲି ଜଣାପଡିଛି ।
ତେବେ ବାସ୍ତବରେ ଦୁଇ ଝିଅ ନଦୀକୁ ଡେଇଁଛନ୍ତି ନା ବ୍ରିଜ ଉପରେ ସ୍କୁଟି ଓ ଚପଲ ଛାଡି ଅନ୍ୟ କେଉଁଆଡେ ଚାଲି ଯାଇଛନ୍ତି, ତାହା ମଧ୍ୟ ବର୍ତମାନ ସୁଦ୍ଧା ଜଣାପଡିନାହିଁ । ଏମିତି କି ବର୍ତ୍ତମାନ ସୁଦ୍ଧା କିଏ ଓ କାହିଁକି ତେଲ ନଦୀ ଉପରେ ସ୍କୁଟି ଛାଡି ଯାଇଛି ତାହା ମଧ୍ୟ ଜଣାପଡିନାହିଁ । ଘଟଣା ସମ୍ପର୍କରେ ଖବର ପାଇ ତୁଷୁରା ପୋଲିସ ଏବଂ ତୁଷୁରା ଦମକଳ ବାହିନୀ ଓ଼ଡ୍ରାଫ ଟିମ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ନଦୀରେ ଖୋଜାଖୋଜି ଆରମ୍ଭ କରିଛନ୍ତି । ତେବେ ବର୍ତମାନ ସୁଦ୍ଧା ଏହି ଘଟଣାର ପ୍ରକୃତ ତଥ୍ୟ ହସ୍ତଗତ ହୋଇନାହିଁ । ପୋଲିସର ତଦନ୍ତ ସହ ଦମକଳ ବାହିନୀ ନଦୀ ଭିତରେ ଖୋଜିବା ଆରମ୍ଭ କରିଛନ୍ତି । ଘଟଣା ସ୍ଥଳରେ ରହିଥିବା ସ୍କୁଟି ଓ ଚପଲକୁ ଦେଖିଲେ ଦୁଇ ଜଣ ଯୁବତୀ ନଦୀ ଭିତରକୁ ଡେଇଁ ପଡ଼ିଥିବା ଅନୁମାନ କରାଯାଉଛି । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ବ୍ରିଜ ଉପରେ ଏବେ ଲୋକଙ୍କ ଗହଳି ବଢିବା ସହ ଦେଖଣାହାରୀଙ୍କ ସଂଖ୍ୟା ମଧ୍ୟ ବଢିବା ସହ ସ୍ଥାନୀୟ ଲୋକେ ମଧ୍ୟ ପୋଲିସ ଏବଂ ଦମକଳ ବାହିନୀକୁ ସହଯୋଗ କରି ନଦୀ ଭିତରେ ଖୋଜିବା ଆରମ୍ଭ କରିଛନ୍ତି । ଏହି ଘଟଣାକୁ ନେଇ ଏବେ ସମଗ୍ର ଅଂଚଳରେ ବେଶ ଚର୍ଚ୍ଚା ଚାଲିଛି । ତେବେ ବାସ୍ତବରେ ଉକ୍ତ ଦୁଇ ଯୁବତୀଙ୍କ ପ୍ରକୁତ ପରିଚୟ ମିଳି ପାରିନାହିଁ । କେବଳ ଗାଡି ନମ୍ବରକୁ ଦେଖି ଲୋକେ ସନ୍ଦେହ ପ୍ରକାଶ କରୁଛନ୍ତି । ତେଲ ନଦୀରେ ବନ୍ୟା ପାଣି ପ୍ରଖର ଥିବାରୁ ଦମକଳ ବାହିନୀ ତଥା ଓ଼ଡ୍ରାଫ ଟିମକୁ ନଦୀ ଭିତରେ ଖୋଜିବା କଷ୍ଟକର ହୋଇପଡିଛି । ତଥାପି ଉଦ୍ଧାରକାରୀ ଟିମ, ତଦନ୍ତକାରୀ ଟିମ ଘଟଣା ସମ୍ପର୍କରେ ଛାନଭିନ ଆରମ୍ଭ କରିଛନ୍ତି । ଏ ନେଇ ପୋଲିସ କିମ୍ବା ଦମକଳ ବାହିନୀର ପ୍ରତିକ୍ରିୟା ମିଳି ପା

Leave A Reply

Your email address will not be published.