ବଲାଙ୍ଗିର ବିଜେଡି ତରଫରୁ ଜନ ସଚେତନତା ଅଭିଯାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗତ ୧୧ ତାରିଖରେ ଓୟୁଏଟି ପରୀକ୍ଷା ଓ ୧୨ ତାରିଖ ଠାରୁ ସିପିଇଟି ପରୀକ୍ଷା ରାଜେନ୍ଦ୍ର ୟୁନିଭରସିଟିରେ ଚାଲୁଥିବା ବେଳେ ବିଭିନ୍ନ ଜିଲ୍ଲାରୁ ଛାତ୍ରଛାତ୍ରୀମାନେ ଆସି ପରୀକ୍ଷା ଦେଉଛନ୍ତି । ଏହି ସମୟରେ ବଲାଙ୍ଗିର ଛାତ୍ର ବିଜେଡି ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁମନ ନନ୍ଦ ଓ ଛାତ୍ର ବିଜେଡି ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ମହାମାରୀ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଜନସଚେତନତା ଅଭିଯାନ କାର୍ୟ୍ୟକ୍ରମ ଜାରି ରଖିଛ‌ନ୍ତି । ବିଭିନ୍ନ ଜିଲ୍ଲାରୁ ବିକଳାଙ୍ଗ ପରୀକ୍ଷାର୍ଥୀ ମାନେ ମଧ୍ୟ ଆସି ପରୀକ୍ଷା ଦେଉଛନ୍ତି । ଆଜି ସୁଦୁର ନୁଆପଡା ଜିଲ୍ଲାର ଖରିଆର ଭୋଜପୁର ଗ୍ରାମର ବିକଳାଙ୍ଗ ଛାତ୍ର ଲିଙ୍ଗରାଜ ପୁଞ୍ଜି ସିପିଇଟି ପରୀକ୍ଷା ଓଡିଆ ବିଷୟରେ ପରୀକ୍ଷା ଦେବାକୁ ଆସିଥିବା ବେଳେ ସେ ଜନ୍ମରୁ ବିକଳାଙ୍ଗ ହୋଇଥିବା ବେଳେ ଅଣ୍ଟାରୁ ତଳକୁ ସେ ଅକ୍ଷମ । ଚାଲି ପାରୁନଥିବାରୁ ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁମନ ନନ୍ଦ ଓ ଛାତ୍ର ବିଜେଡିର ସଦସ୍ୟମାନେ ତାଙ୍କୁ ସାହାଯ୍ୟ କରି ନିଜେ ତାଙ୍କୁ କୋଳରେ ଟେକିନେଇ ପରୀକ୍ଷା କକ୍ଷରେ ବସାଇଥିଲେ । ଏହି ସହଯୋଗର ଭିଡିଓ ଓ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସୁମନଙ୍କୁ ତାଙ୍କ ଏହି ସମାଜକଲ୍ୟାଣ ଚିନ୍ତାଧାରା ପାଇଁ ଅନେକ ଧନ୍ୟବାଦ ଓ ଶୁଭେଚ୍ଛା ଦିଆଯାଉଥିବା ବେଳେ ବଲାଙ୍ଗିର ଜିଲ୍ଲା ବିଜେଡି ତରଫରୁ ଓ ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ କଳିକେଶ ନାରାୟଣ ସିଂହଦେଓ ଏବଂ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ସୁମନ ନନ୍ଦ ଓ ବଲାଙ୍ଗିର ଛାତ୍ର ବିଜେଡିର ଏହି ସେବା ମନବୃତ୍‌ତ୍ତିକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ୨୨ ତାରିଖ ପର୍ୟ୍ୟନ୍ତ ଏହି ପରୀକ୍ଷା ରାଜେନ୍ଦ୍ର ୟୁନିଭରସିଟିରେ ହେବାକୁ ଥିବା ବେଳେ ଛାତ୍ର ବିଜେଡିର ଏହି ଜନ ସଚେତନତା ଅଭିଯାନ କାର୍ୟ୍ୟକ୍ରମ ମଧ୍ୟ ଜାରି ରହିବ ବୋଲି ଛାତ୍ର ବିଜେଡି ଜିଲ୍ଲା ସଭାପତି ଗୁଞ୍ଜ ଖାନ ସୂଚନା ଦେଇଛନ୍ତି । ରାହୁଲ ମାଝୀ, ରାଜେଶ ସାହୁ, ଛନ୍ଦା ପଧାନ, ମଧୁସୂଦନ ସା, ସାଜିତ ପଧାନ, କୈଳାଶ ସାହୁ, ଆଶିଷ ମିଶ୍ର, ସୋମେଶ ଡାଙ୍ଗ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.