pakka

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଲେ କଂଟାବାଂଜି ଏଡିଜେ

bbehera

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ଧାମନଡଙ୍ଗା ନିବାସୀ ଜଣେ ବ୍ୟକ୍ତି ତାଙ୍କ ନିଜ ସ୍ତ୍ରୀକୁ ତଣ୍ଡି ଚିପି ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥିଲେ । ଏହି ହତ୍ୟାକୁ ପରିବାର ବର୍ଗ ଯୌତୁକ ଜନିତ ଅଭିଯୋଗ କରି କଂଟାବାଂଜି ଥାନାରେ ଏକ ବର୍ଷ ତଳେ ଅଭିଯୋଗ କରିଥିଲେ । ହତ୍ୟା ହୋଇଥିବା ସାକ୍ଷ୍ୟ ପ୍ରମାଣ ପରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ମଙ୍ଗଲବାର ଦିନ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ ଶୁଣାଇଛନ୍ତି । ଅର୍ଥ ଦଣ୍ଡ ଅନାଦେୟ ହେଲେ ଅଧିକ ୨ ବର୍ଷ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଜୟରାମ ମାଝି(୩୫) ତାଙ୍କ ନିଜ ସ୍ତ୍ରୀ ଉର୍ମିଲା ମାଝିଙ୍କୁ ଗତ ତା.୧୬.୦୬.୨୦୨୧ ମସିହାରେ ବିଭିନ୍ନ ଯୌତୁକ ଜନିତ ନିର୍ଯ୍ୟାତନା ଦେଇ ପରବର୍ତ୍ତୀ ସମୟରେ ତଣ୍ଡି ଚିପି ଜୀବନରୁ ମାରିଦେଇ ତାକୁ ଆତ୍ମହତ୍ୟା ରୂପ ଦେଇଥିଲେ । ଏହି ହତ୍ୟାରେ ଅଭିଯୁକ୍ତ ଜୟରାମ ମାଝିଙ୍କ ନାମରେ କଂଟାବାଂଜି ଥାନା କେସ ନଂ. ୧୨୯/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା । ଅଭିଯୁକ୍ତ ବିଚାରାଧିନ କଏଦୀ ଭାବେ ସଜା କାଟୁଥିଲେ । ପରିବାର ବର୍ଗଙ୍କ ଅଭିଯୋଗ କ୍ରମେ କଂଟାବାଂଜି କୋର୍ଟରେ ମାମଲା ଚାଲିଥିଲା ଯାହା ମଙ୍ଗଲବାର ଦିନ କଂଟାବାଂଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ (ଏଡିଜେ) ହିଂମାଶୁ ଶେଖର ମଲ୍ଲିକ ୨୨ ଜଣ ସାକ୍ଷ୍ୟମାନଙ୍କ ବୟାନକୁ ଆଧାର କରି ଦଫା ୩୦୪(ବି), ୪୯୮(ଏ) ୪ଡି.ପି. ଏକ୍ଟ , ୨୦୧ ଆଇପିସିରେ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଫାଇନ୍‌ ଶୁଣାଇଛନ୍ତି । ଫାଇନ୍‌ ଟଙ୍କା ଅନାଦେୟ ହେଲେ ଅଧିକ ୨ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

13 + seven =