pakka

କରୋନା ସମୟରେ ମଧ୍ୟ ସ୍ୱଇଚ୍ଛାରେ ରକ୍ତଦାତାଙ୍କ ରକ୍ତଦାନ ଜାରି

bbehera

କଂଟାବାଂଜି, (କୈଳାଶ ସଗ୍ରିଆ) : କରୋନା ଯୋଗୁଁ ସାରା ବିଶ୍ୱରେ ରକ୍ତର ଘୋର ଅଭାବ ଦେଖା ଯାଉଥିବା ସମୟରେ ମଧ୍ୟ କିଛି ରକ୍ତଦାତା ସ୍ୱଇଚ୍ଛାରେ ରକ୍ତ ଦେଇ ମହାନତାର ପରିଚୟ ସୃଷ୍ଟି କରୁଛନ୍ତି । ବର୍ତ୍ତମାନ ଲୋକଙ୍କ ମନରେ କରୋନାକୁ ନେଇ କୋକୁଆ ଭୟ ଥିବା ବେଳେ କଣ୍ଟାବାଞ୍ଜିର ରକ୍ତଦାତା ରବିନାରାୟଣ ଅଗ୍ରୱାଲ ତୁରେକେଲା ବ୍ଲକର ଡୋଙ୍ଗିଆ ଗ୍ରାମର ଜଣେ ଗର୍ଭବତୀ ମହିଳା ଚେତାବନୀ ପୋଢ଼ଙ୍କୁ ଓ ପଜିଟିଭ ରକ୍ତ ଦେଇ ଉଭୟ ଶିଶୁ ଓ ମାଆର ଜୀବନ ରକ୍ଷା କରିଥିଲେ।ପ୍ରକାଶ ଥାଉକି ରକ୍ତ ଜରୁରୀ ବୋଲି ସୋସିଆଲ ମିଡିଆରୁ ଜାଣିବା ପରେ ନିଜେ ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କୁ ଯୋଗାଯୋଗ କରିଥିଲେ । ଶ୍ରୀ ଦାଶ ରକ୍ତଦାତାଙ୍କୁ ଧନ୍ୟବାଦ ଦେବା ସହିତ ଆଗାମୀ ମଇ ମାସ ୮ ତାରିଖ ବିଶ୍ୱ ରେଡକ୍ରସ ଦିବସ ଅବସରରେ କଣ୍ଟାବାଞ୍ଜି ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିରର ଆୟୋଜନ ହେବ । ଏଣୁ ରକ୍ତଦାତା ମାନେ ରକ୍ତ ଦେବାକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

three + fourteen =