csstore

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ସାକ୍ଷାତ କଲେ ବଲାଙ୍ଗିର ନାଗରିକ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟାରେ ସ୍ଥାନୀୟ ସାର୍କିଟ ହାଉସ ଠାରେ ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗିର ନାଗରିକ କମିଟିର ଏକ ପ୍ରତିନିଧି ଦଳ ପଶ୍ଚିମ ଓଡିଶା ବିକାଶ ପରିଷଦ ଚେୟାରମ୍ୟାନ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ । ବଲାଙ୍ଗିରର ଲୋୟର ସୁକତେଲ, ପର୍ଯ୍ୟଟନ, ବାଏପାସ, ବଲାଙ୍ଗିର ଖୋର୍ଦ୍ଧା ରେଳ ପ୍ରକଳ୍ପର ଅଗ୍ରଗତି, ଫ୍ଲାଏ ଓଭର ବ୍ରିଜ ନିର୍ମାଣ ସମ୍ବନ୍ଧରେ ସାକାରାତ୍ମକ ଆଲୋଚନା ହୋଇଥିଲା । ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ନାଗରିକ କମିଟିର କାର୍ଯ୍ୟକୁ ପ୍ରଶଂସା କରି ସ୍ଥାନୀୟ ଯୁବକମାନଙ୍କୁ କ୍ଷୁଦ୍ର ଶିଳ୍ପ ନିର୍ମାଣରେ ଉତ୍ସାହିତ କରିବା ପାଇଁ ନାଗରିକ କମିଟି ସଚେତନତା କାର୍ଯ୍ୟକ୍ରମ କଲେ ବଲାଙ୍ଗିରରୁ ବେକାରୀ ସମସ୍ୟା ଦୂର ହୋଇ ପାରିବ ବୋଲି ପରାମର୍ଶ ଦେଇଥିଲେ । ପ୍ରତିନିଧି ଦଳରୁ କମିଟିର ସଭାପତି ବେଲାର ସିଂ ଭୋଇ, ନିତ୍ୟାନନ୍ଦ ମିଶ୍ର, ସାଧାରଣ ସଂପାଦକ ମନୋରଂଜନ ସାହୁ, ଜୟରାମ ମିଶ୍ର, ଗୋପବନ୍ଧୁ ପୁରୋହିତ, ରଘୁ ନନ୍ଦନ ସିଂହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.