pakka

ମନୋରଞ୍ଜନ ପାଣିଗ୍ରାହୀ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିଶନର

bbehera

ଭୁବନେଶ୍ୱର, (ପିଆଇବି) : ମନୋରଞ୍ଜନ ପାଣିଗ୍ରାହୀ ଏପ୍ରିଲ୍ ୧ ତାରିଖ ଦିନ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିହାର, ଝାଡ଼ଖଣ୍ଡ ସହ ସେ ଓଡ଼ିଶାର ଦାୟିତ୍ୱ ମଧ୍ୟ ନିର୍ବାହ କରିବେ । ଶ୍ରୀ ପାଣିଗ୍ରାହୀ ୧୯୮୮ ମସିହା ଭାରତୀୟ ରାଜସ୍ୱ ସେବାର ଅଧିକାରୀ । ଏହା ପୂର୍ବରୁ ସେ ପଶ୍ଚିମବଙ୍ଗ ଓ ସିକିମ୍ ର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ଥିଲେ । ଶ୍ରୀ ପାଣିଗ୍ରାହୀ ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସେ ଓଡ଼ିଶା ସରକାରଙ୍କ ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ ବିଭାଗର ଶାସନ ସଚିବ ଭାବେ ଦୀର୍ଘ ପାଞ୍ଚବର୍ଷ କାର୍ଯ୍ୟ କରିଛନ୍ତି । ଶ୍ରୀ ପାଣିଗ୍ରାହୀ ଏକାଧାରରେ ଜଣେ ସୁବକ୍ତା, ସୁସାହିତ୍ୟିକ ଓ ସଂସ୍କୃତି ପ୍ରେମୀ ବ୍ୟକ୍ତିତ୍ଵ ।

jay balangir
Leave A Reply

Your email address will not be published.

four × four =

error: Content is protected !!