pakka

୮ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ବାଚନ କାମ ନଥିବା ସ୍ଥାନକୁ ବଦଳି ନିର୍ଦ୍ଦେଶ

bbehera

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନ ଆଜି ଓଡିଶାର ୮ ଜଣ ଭାରତୀୟ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । କମିଶନଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏହି ନିର୍ଦ୍ଦେଶନାମା ଆସିଛି । ନିର୍ବାଚନ କମିଶନ ସମ୍ପୃକ୍ତ ୮ ଜଣ ଅଧିକାରୀଙ୍କୁ ନିର୍ବାଚନ ସହ ଜଡିତ ନ ଥିବା ସ୍ଥାନକୁ ବଦଳି କରିବାକୁ କହିଛନ୍ତି । ଏଥିରେ ୨ ଜିଲ୍ଲାପାଳ, ୫ ଏସ୍‌ପି ଓ ଜଣେ ଆଇଜିଙ୍କୁ ବଦଳି କରାଯିବାକୁ ନିର୍ଦ୍ଦେଶ ଆସିଛି । ସୂଚନା ଅନୁଯାୟୀ, କଟକ ଓ ଜଗତସିଂହପୁର ଜିଲ୍ଲାପାଳଙ୍କ ସମେତ ଅନୁଗୁଳ, ବ୍ରହ୍ମପୁର, ଖୋର୍ଦ୍ଧା, ରାଉରକେଲା ଓ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ଏବଂ କେନ୍ଦ୍ରାଞ୍ଚଳ ଆଇଜିଙ୍କ ନାଁ ଏହି ବଦଳି ତାଲିକାରେ ରହିଛି ।
ଏହି ବଦଳି ତାଲିକାରେ ଅଛନ୍ତି –
୧. ବିନୀତ ଭରଦ୍ୱାଜ – ଜିଲ୍ଲାପାଳ, କଟକ
୨. ପାରୁଲ ପଟୱାରୀ – ଜିଲ୍ଲାପାଳ, ଜଗତସିଂହପୁର
୩. ସୁଧାଂଶୁ ଶେଖର ମିଶ୍ର – ଆରକ୍ଷୀ ଅଧିକ୍ଷକ, ଅନୁଗୁଳ
୪. ଶ୍ରବଣ ବିବେକ ଏମ – ଆରକ୍ଷୀ ଅଧିକ୍ଷକ, ବ୍ରହ୍ମପୁର
୫. କନୱର ବିଶାଲ ସିଂହ – ଆରକ୍ଷୀ ଅଧିକ୍ଷକ, ସୁନ୍ଦରଗଡ଼
୬. ଯୁଗକ କିଶୋର ବନୋଥ – ଆରକ୍ଷୀ ଅଧିକ୍ଷକ, ଖୋର୍ଦ୍ଧା
୭. ମିତ୍ରଭାନୁ ମହାପାତ୍ର – ଆରକ୍ଷୀ ଅଧିକ୍ଷକ, ରାଉରକେଲା
୮. ଆଶିଷ ସିଂହ – କେନ୍ଦ୍ରାଞ୍ଚଳ ଆଇଜି
ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଏହି ସବୁ ଅଧିକାରୀଙ୍କ ବଦଳରେ ନିଯୁକ୍ତି ନିମନ୍ତେ ପ୍ରତ୍ୟେକ ସ୍ଥାନ ପାଇଁ ୩ ଜଣ ଲେଖାଏଁ ଯୋଗ୍ୟ ଅଧିକାରୀଙ୍କ ନାଁ ଦେବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

jay balangir
Leave A Reply

Your email address will not be published.

two + thirteen =

error: Content is protected !!