csstore

ଫାଇଭ୍‌ ଟି ସଚିବଙ୍କ ଉପରେ କାଳି ମାଡ଼, ପଣତକାନିରେ ମୁହଁରୁ କାଳି ପୋଛିଦେଲେ ଜଣେ ମା’

ପୁରୀ : ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନଙ୍କ ଉପରେ ଜଣେ ଦୁର୍ବୃତ୍ତ କାଳି ମାଡ଼ କରିଥିବା ବେଳେ ପାଖରେ ଉପସ୍ଥିତ ଜଣେ ମା’ ନିଜ ପଣତ କାନିରେ ଫାଇଭ୍‌ ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ମୁହଁରୁ କାଳି ପୋଛି ଦେଉଥିବାର ଏକ ଦୃଶ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପୁରୀର ସତ୍ୟବାଦୀ ବ୍ଲକର ୟୁଜିଏସ୍‌ କଲେଜ୍‌ ସଭାରେ ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନ ଯୋଗ ଦେଇଥିବା ବେଳେ ତାଙ୍କ ଉପରକୁ ଜଣେ ଦୁର୍ବୃତ୍ତ କାଳି ମାଡ଼ କରିଥିଲା । ତେବେ ଏହି ଘଟଣା ପଛରେ ବିରୋଧୀଙ୍କ ହାତ ରହିଥିବା ବିଜେଡ଼ି ପକ୍ଷରୁ କୁହାଯାଉଛି । ଫାଇଭ୍‌ ଟି ସଚିବ ଶ୍ରୀ ପାଣ୍ଡିଆନଙ୍କୁ କାଳି ମାଡ଼ କରିଥିବା ଯୁବକ ଜଣକ ଭାସ୍କର ସାହୁ ବୋଲି ଚର୍ଚ୍ଚା ହେଉଛି ।

jayashree
Leave A Reply

Your email address will not be published.