csstore

ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଅବସରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦପଡ଼ାଠାରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଅବସରରେ ପାଞ୍ଚ ଶହ ମହିଳାଙ୍କ ଦ୍ୱାରା ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅଞ୍ଜନୀପୁତ୍ର ଘଣ୍ଟପାର୍ଟି, ଦୁଇଟି ସଂକୀର୍ତ୍ତନ ମଣ୍ଡଳୀ, ବୀର ବାଦ୍ୟ ଘୁମୁରା ସହ ଏହି କଳସ ଶୋଭାଯାତ୍ରା ସୁଦପଡାରୁ ଆରମ୍ଭ ହୋଇ ଟିକ୍ରାପଡା ରାଣୀବନ୍ଧଠାରେ ପହଞ୍ଚିଥିଲା । ମନ୍ଦିର ପ୍ରତିଷ୍ଠାର କର୍ତ୍ତା ଶ୍ରୀମତୀ ଆଭାରାଣୀ ପୁରୋହିତ ଓ ରାଜେନ୍ଦ୍ର ପୁରୋହିତ ପୂଜାର୍ଚ୍ଚନା କରି କଳସରେ ଜଳଭର୍ତି କରିଥିଲେ । ସେଠାରୁ ଏକ ଭବ୍ୟ ଶୋଭାଯାତ୍ରାରେ ମହିଳାମାନେ କଳସ ଧରି ସୁଦପଡ଼ା ପହଞ୍ଚିଥିଲେ ଓ ଯଜ୍ଞ ମଣ୍ଡପଠାରେ ସ୍ଥାପନ କରିଥିଲେ । ମନ୍ଦିର ପ୍ରତିଷ୍ଠା ପାଇଁ ବରଣ କରାଯାଇଥିବା ପୂଜକ ସୁଶୀଲ କୁମାର ମିଶ୍ର ଓ ସହଯୋଗୀ ପୂଜାର୍ଚନା ସଂପନ୍ନ କରିଥିଲେ । ପରେ ପରେ ଶିବାନୀ ମହାନ୍ତିଙ୍କ ଦ୍ୱାରା ସୁନ୍ଦରାକାଣ୍ଡ ପାରାୟଣ କରାଯାଇଥିଲା । ସଂଧ୍ୟାରେ ଭଜନ ସଂଧ୍ୟା ଅନୁଷ୍ଠିତ ହୋଇଥିଲା । କଳସ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଦିବସର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଦୁର୍ଗା ଚରଣ ବେହେରା, ସତ୍ୟାନନ୍ଦ ଜେନା, ରାଜେଶ ଦୋରା, ସୁବଲ ଖରସେଲ, ସୂର୍ଯ୍ୟ ସାହୁ, ବିଦ୍ୟା ସାହୁ, ବାବୁ ପଧାନ, ନୀଲ ଦୌରା, କିଶୋର କୁମ୍ଭାର, ମହେନ୍ଦ୍ର ବାଗ, ମୁନା ଚାନ୍ଦ, ନନ୍ଦିନୀ ପୋଢ, ଉପନଗରପାଳ ଗାୟତ୍ରୀ ଭୋଇ, ଲଲାଟେନ୍ଦୁ ପଟ୍ଟନାୟକ, ଶତ୍ରୃଘ୍ନ ବାଗ, ସସ୍ମିତା ନନ୍ଦ ପ୍ରମୁଖ । ଏହି କଳସ ଶୋଭାଯାତ୍ରାରେ ସମସ୍ତ ସୁଦପଡ଼ାବାସୀଙ୍କ ସହଯୋଗ ରହିଥିଲା ।

jayashree
Leave A Reply

Your email address will not be published.