csstore

ଗିରିଗୋବର୍ଦ୍ଧନ ପୂଜା ପାଇଁ କଳସ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ୨୧ତମ ବର୍ଷ ଆଞ୍ଚଳିକ ଗିରିଗୋବର୍ଦ୍ଧନ ପୂଜା ପାଇଁ କଳସ ଯାତ୍ରା ଅନୁଷ୍‌ଷ୍ଠିତ ହୋଇଯାଇଛି । ଏଥି ପାଇଁଁ ମଙ୍ଗଳବାର ଦିନ ସଂଧ୍ୟାରେ ବୁଞ୍ଜିପଦର ଗାଁର ଟୋଙ୍ଗଜୋରରୁ କଳସରେ ପାଣି ବୋହି ମା’, ଭଉଣୀମାନେ ଗିରିଗୋବର୍ଦ୍ଧନ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ଏହି କଳସ ଯାତ୍ରାରେ ପୂଜା କର୍ତ୍ତା ଦାୟିତ୍ୱରେ ଥିବା ନରହରି ପୁଞ୍ଜି, ତାଙ୍କ ସ୍ତ୍ରୀ ପୁତୁନା ପୁଞ୍ଜି, ପୂଜକ ଟିକୁ ଦାଶ, ସଭାପତି ସୁରେଶ ନାଗ, ସମ୍ପାଦକ ଭୁଜ ବଗର୍ତ୍ତି, କର୍ନ୍ଧପ କାଣ୍ଡ, ପବିତ୍ର କାଣ୍ଡ, ଅନନ୍ତ ବାଗ, ପକ୍ଷୀରାଜ ବଗର୍ତ୍ତୀ, ଓକିଲ ବଗର୍ତ୍ତୀ, ପ୍ରଭାକର କାଣ୍ଡ, କପୁର ସାଏ ବଗର୍ତ୍ତି ତଥା ଅଲଣ୍ଡା ପଞ୍ଚାୟତର ସମସ୍ତ ଭକ୍ତ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.