csstore

କପିଲାଭଟାରେ ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା ପାଇଁ କଳସ ଯାତ୍ରା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ୨ୟତମ ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ହେମନ୍ତ ହଂସ ତାଙ୍କ ସହଧର୍ମିଣୀ ଗୌରୀ ହଂସ ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବେ ପ୍ରଦୀପ ମିଶ୍ର ଓ ସେବକ ପବିତ୍ର ପୁଟେଲ ଦାୟିତ୍ୱ ନିର୍ବାହ କରିଥିଲେ । ସ୍ଥାନୀୟ ସହଦେବ ବନ୍ଧ ଠାରୁ ୧୦୮ କଳସ ଆଣି ପୂଜାସ୍ଥଳରେ ସ୍ଥାପନ କରାଯାଇଥିଲା । ଏଥିରେ ଆୟୋଜକ କମିଟିର ସଭାପତି କର୍ଣ୍ଣ ହଂସ, ଉପସଭାପତି ବିଷ୍ଣୁ ଗହିର, ସମ୍ପାଦକ ଯୁବରାଜ ହଂସ, ସହ ସମ୍ପାଦକ ସନ୍ତୋଷ ହଂସ, କୋଷାଧ୍ୟକ୍ଷ ବୀର ହଂସ, ସହ କୋଷାଧ୍ୟକ୍ଷ ମନମଥ ହଂସ, ପାର୍ଥ ହଂସ, ହୁଲେଶ୍ୱର ହଂସ, ସୁରେନ୍ଦ୍ର ହଂସ, ହର ହଂସ, କୁବେର ହଂସ, ହରେଶ ବେହେରା, ପରମାନନ୍ଦ ଛତ୍ରିଆଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ । ଆସନ୍ତା ଶନିବାର ପୂଜା ଆରମ୍ଭ ହୋଇ ସୋମବାର ସଂପନ୍ନ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

jayashree
Leave A Reply

Your email address will not be published.