pakka

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ ଆବେଦନକାରୀଙ୍କ ଅଡ଼ିସନ୍‌

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ କଳାସଂସ୍କୃତି ସଂଘ ତରଫରୁ ଆଜି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ ଆବେଦନକାରୀଙ୍କ ଅଡ଼ିସନ୍ ବ୍ଳକ ସଭାଗୃହରେ ଅନୁଷ୍ଠିତ ହେଇଯାଇଛି । ମ.ରାମପୁର ବିଡ଼ିଓ ତଥା କଳାସଂସ୍କୃତି ସଂଘର ସଭାପତି ଉତ୍ତମ କୁମାର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଂଚାୟତ ସମିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା, କଳାସଂସ୍କୃତି ସଂଘର ଉପସଭାପତି ଶ୍ରୀପତି ପଟ୍ଟନାୟକ ପ୍ରମୁଖ ମଂଚାସୀନ ରହିଥିଲେ । ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଭିନ୍ନ ବର୍ଗର ଲୋକ କଳାକାରମାନେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.

2 × 3 =