csstore

ଯୁବ କଳାକାର ମେଧାବୃତ୍ତି ପାଇଲେ ରୀମା, ସୋମା ଓ ସୁମିତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ସରାକରଙ୍କ ସଂସ୍କୃତି ବିଭାଗ ସିସିଆର୍‌ଟି ତରଫରୁ ପ୍ରତିବର୍ଷ ଯୁବ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମେଧାବୃତ୍ତି ପ୍ରଦାନ କରାଯାଇଥାଏ । ତେବେ ୨୦୧୯-୨୦ ବର୍ଷ ପାଇଁ ଇତି ମଧ୍ୟରେ ଏହି ମେଧାବୃତ୍ତି ଘୋଷଣା କରାଯାଇଛି । ଗର୍ବ ଓ ଗୌରବର କଥା ଏହି ବର୍ଷ ସକାଶେ ଲୋକନୃତ୍ୟରେ ମେଧାବୃତ୍ତି ପାଇବା ପାଇଁ ବଲାଙ୍ଗିରର ୩ ଜଣ ଯୁବ କଳକାର ମନୋନୀତ ହୋଇଛନ୍ତି । ସେମାନେ ହେଲେ ରୀମା ବାଗ, ସୋମା ପ୍ରଧାନ ଓ ସୁମିତ୍ରା ଭୋଇ । ରୀମା ପ୍ରଦର୍ଶନ କଳାରେ ସ୍ନାତକତ୍ତୋର କରିଥିବା ବେଳେ ସୋମା ଓ ସୁମିତ୍ରା ଦୀର୍ଘବର୍ଷ ହେଲା ଲୋକନୃତ୍ୟ କରି ଆସୁଛନ୍ତି । ରୀମା ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟତଃ ଅଂଚଳରେ ନିଜର ଲୋକନୃତ୍ୟ ପ୍ରଦର୍ଶନ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣି ସାରିଛନ୍ତି । ମେଧାବୃତ୍ତି ପାଇଥିବା ଏହି ୩ ଜଣ ଯୁବ କଳାକାର ଦୀର୍ଘ ୨ ବର୍ଷ ଧରି ପ୍ରଖ୍ୟାତ ଗୁରୁମାନଙ୍କ ନିକଟରେ ନିଜର ଲୋକକଳାକୁ ଆହୁରୀ ଶାଣିତ କରିବା ପାଇଁ ଶିକ୍ଷା ଗ୍ରହଣ କରିବେ । ଏହି ୩ ଜଣ କଳାକାର ମେଧାବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ଦୁଲଦୁଲି କଳା କରିଷଦର ସଭାପତି ପ୍ରଭାସ ପାଣିଗ୍ରାହୀ, ସମ୍ପାଦକ ବାସୁଦେବ ସା, ଉପ ସଭାପତି ଦୀନେଶ ଶର୍ମା, ଉପଦେଷ୍ଟା କୁନା ବାଗ, ଉପଦେଷ୍ଟା ତଥା ବିଶିଷ୍ଟ କଣ୍ଠଶିଳ୍ପୀ ନବୀନ କୁଅଁର, ନୀଳାଂଚଳ ନନ୍ଦ, ସୁଦାମ ବିଶି ଓ ଡ.ଲଳିତ ସାହୁ ପ୍ରମୁଖ ସେମାନଙ୍କୁ ଅଭିନନ୍ଦନ ତଥା ଶୁଭେଚ୍ଛା ଜଣାଇଛନ୍ତି ।

jayashree
Leave A Reply

Your email address will not be published.