csstore

ଇଷ୍ଟକୋଷ୍ଟ ରେଲୱେ ଜେନେରାଲ ମ୍ୟାନେଜରଙ୍କ ସାକ୍ଷାତକାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ସଭାପତି ଧର୍ମବ୍ରତ ରଥ ଓ ବରିଷ୍ଠ ସଦସ୍ୟ ଦିବାକର ହୋତା, ମହେଶ୍ୱର ସାହୁ ପ୍ରମୁଖ ପୂର୍ବତଟ ରେଳପଥ ଭୁବନେଶ୍ୱରରୁ ପରିଦର୍ଶନରେ ଆସିଥିବା ଜିଏମ୍‌ ଅର୍ଚ୍ଚନା ଯୋଷୀ, ଡିଆରଏମ୍‌ ପ୍ରଦିପ କୁମାର ଓ ତାଙ୍କ ପ୍ରତିନିଧିଙ୍କ ସହ ବିଭିନ୍ନ ସମସ୍ୟାକୁ ନେଇ ସାକ୍ଷାତ କରି ଆଲୋଚନା କରିବା ସହ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀପତ୍ରରେ ବିଶାଖାପାଟଣା – ଅମୃତସର ଏକ୍ସପ୍ରେସକୁ ବରଗଡ ବଲାଙ୍ଗିର ଦେଇ ଚଳାଇବା, ସମତା ଏକ୍ସପ୍ରେସକୁ ବଲାଙ୍ଗିର-ବରଗଡ ଓ ସମ୍ବଲପୁର ଦେଇ ବଳକା ଦୁଇଦିନ ଚଳାଇବା, ସମ୍ବଲପୁର – ପୁରୀ ଇଣ୍ଟରସିଟି ବଲାଙ୍ଗିର ପର୍ଯ୍ୟନ୍ତ ଚଳାଇବା, ଭବାନିପାଟଣା – ପୁରି ଇଣ୍ଟରସିଟି – ବଲାଙ୍ଗିର – ବରଗଡ – ସମ୍ବଲପୁର ଦେଇ ଚଳାଚଳ କରାଇବା, ବଲାଙ୍ଗିର- ବିଛୁପାଲି ଟ୍ରେନକୁ ସମ୍ବଲପୁର ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଇବା, ବଲାଙ୍ଗିର ଜଙ୍ଗ୍‌ସନରେ ଲିଫ୍ଟ ବ୍ୟବସ୍ଥା ଶିଘ୍ର ଚାଲୁ କରାଇବା, ଟିକେଟ ବୁକିଂ କାଉଣ୍ଟରରୁ ପ୍ଲାଟଫର୍ମ ଗେଟ ପର୍ଯ୍ୟନ୍ତ ଛାଉଣିର ବ୍ୟବସ୍ଥା କରାଇବା, ବଲାଙ୍ଗିର ଜଙ୍ଗସନରେ ଟ୍ରେନ କୋଚ ଓା୍ୱସିଂ ବ୍ୟବସ୍ଥା କରାଇବା ଇତ୍ୟାଦି ଦାବୀ ସଂପର୍କରେ ଉଲ୍ଲେଖ ରହିଥିଲା ।

jayashree
Leave A Reply

Your email address will not be published.