ଟିଟିଲାଗଡ଼ରେ ଡାଇମଣ୍ଡ ସର୍କସ : କଳା ପ୍ରଦର୍ଶନ କରି ଲୋକଙ୍କ ମନୋରଞ୍ଜନ କରୁଛନ୍ତି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ କଳାକାରମାନଙ୍କୁ ନେଇ ଟିଟିଲାଗଡ଼ ସହରକୁ ଆସିଛି ଡାଇମଣ୍ଡ ସର୍କସ । କେନିୟାର ୬ ଜଣ ଯୁବକ, ଜଣେ ଇଥୋଫିଆ, ମଣିପୁରର ୭ ଜଣ ଯୁବତୀ, ଯୋକର ଗୌରାଙ୍ଗ ଏବଂ ଅନ୍ୟାନ୍ୟ କଳାକାରମାନଙ୍କୁ ନେଇ ଦର୍ଶକଙ୍କୁ ହସାଇବା ସହ ବିଭିନ୍ନ ଖେଳ ପ୍ରଦର୍ଶନ କରି ଲୋକଙ୍କ ମନୋରଞ୍ଜନ କରୁଛନ୍ତି । ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ସର୍କସ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ତିନୋଟି ଶୋ’ କରାଯିବ । ପ୍ରଥମ ଶୋ’ ଅପରାହ୍ନ ୩ଟାରେ, ଦ୍ୱିତୀୟ ଶୋ’ ୫ ଟା ରେ, ତୃତୀୟ ଶୋ’ ୭.୩୦ରେ କରାଯାଉଛି ବୋଲି ଡାଇମଣ୍ଡ ସର୍କସର ମ୍ୟାନେଜର ଏମ୍‌ଡି ହସନାଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

15 + thirteen =