pakka

ଭାଲେର ଠାରେ ବିଜେଡି କର୍ମୀଙ୍କ ଦ୍ୱାରା ବିଧାୟକ ମୁକେଶ ମହାଲିଙ୍ଗଙ୍କୁ କଳା ପତାକା ପ୍ରଦର୍ଶନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଭାଲେର ଛକ ଠାରେ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ବିଜେଡି କର୍ମୀମାନେ କଳା ପତାକା ପ୍ରଦର୍ଶନ କରିଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ଆଜି ବିଧାୟକ ମୁକେଶ ମହାଲିଙ୍ଗ ଭାଲେର- କୁରୁଲ ବ୍ରିଜ୍‌ର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପାଇଁ ଯାଉଥିବା ସମୟରେ କିଛି ବିଜେଡି କର୍ମୀମାନେ ଆମ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଏହି ବ୍ରିଜ ପାଇଁ ପ୍ରୋଜେକ୍ଟ ସାଙ୍କସନ୍‌ କରିଥିଲେ । ତେବେ କ’ଣ ପାଇଁ ବିଜେପି ବିଧାୟକ ଶ୍ରୀ ମହଲିଙ୍ଗ ଯାଇ ନଡିଆ ପିଟିବେ ବୋଲି କହିବା ସହ କଳା ପତାକା ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ଏହାକୁ ନେଇ ଘଟଣାସ୍ଥଳରେ ବିଜେଡି ଓ ବିଜେପି କର୍ମୀମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ଚାଲିଥିବା ବେଳେ ପୁଇଁନ୍ତଲା ପୋଲିସ ଘଟଣା ସ୍ଥଳରେ ପହଂଚିଥିବା ପରେ ସ୍ଥିତି ସଳଖି ଥିଲା ।

jay balangir
Leave A Reply

Your email address will not be published.

five × two =