om academy

ଦ ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ର ସାମାଜିକ କାର୍ଯ୍ୟକ୍ରମ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଦି ମିରର୍‌ ଫାଉଣ୍ଡେସନ୍‌ ତରଫରୁ ସେକ୍ଟର ୮ରେ ଥିବା ଅନାଥାଶ୍ରମ ଆଶାର ଆଲୋକ ଠାରେ ଅନ୍ତେବାସୀ ମାନଙ୍କୁ ଜଳଖିଆ, ଖାଦ୍ୟ, ବସ୍ତ୍ର ଓ ୱକର୍‌ (ଚାଲିବା ପାଇଁ ଅବଲମ୍ବନ) ଆଦି ବଣ୍ଟନ କରାଯାଇଥିଲା । ସାମାଜିକ ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଉଥିବା ଦ ମିରର୍‌ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ବିଶ୍ୱଜିତ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସୁଇଟି ସାହୁ, ବିନୟ, ବିସ୍ମୟ ପ୍ରଧାନ, ମହେଶ୍ୱର ପାତ୍ର, ଅମ୍ବିକା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହା ସହ ଅନ୍ତେବାସୀଙ୍କ ସହ ସୁଖଦୁଃଖ ହେବା ସହ କିଛି ସମୟ ବିତାଇଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଅଧ୍ୟକ୍ଷ ଶ୍ରୀ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.