csstore

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ବେଦବ୍ୟାସ ସ୍ଥିତ ଗୁରୁକୁଳ ଆଶ୍ରମ ଠାରେ ଅନ୍ତେବାସୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ରୋଟାରିଆନ୍‌ ବିଘ୍ନେଶ ପତିଙ୍କ ଉଦ୍ୟମ ଓ ଆଗ୍ରହ କ୍ରମେ ସେଠାରେ ରହୁଥିବା ବାଳ ବ୍ରହ୍ମଚାରୀଙ୍କ ମଧ୍ୟରେ ଖୁସି ବାଣ୍ଟିବା ସହ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ସଭାପତି ରୋଟାରିଆନ୍‌ ପ୍ରଶାନ୍ତ ରଞ୍ଜନ ପାତ୍ର, ଏଜି ରୋଟାରିଆନ୍‌ ଅର୍ଚ୍ଚନା ମହାନ୍ତି, ସର୍ବଶ୍ରୀ ରୋଟାରିଆନ୍‌ ଅଜିତ ମୋହନ ପୂଜାରୀ, ଅଶୋକ କୁମାର ମିଶ୍ର, ବିଘ୍ନେଶ ପତି, ପ୍ରଫେସର ଡ. କ୍ରିଷ୍ଣା ପରମାଣିକ, ଡ. ସଞ୍ଜୁକ୍ତା ପତି, ଅନୀତା ନାୟକ, ସବିତା ମହାନ୍ତି, ଡିମ୍ଫଲ ସାହୁ, ପ୍ରଶାନ୍ତ ପତି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଆଶ୍ରମର ଅଧ୍ୟକ୍ଷ ଡ. ଉମାକାନ୍ତ ପଣ୍ଡା ଓ ଅନ୍ୟାନ୍ୟ ଗୁରୁଙ୍କ ସମେତ ପ୍ରାୟ ୧୪୦ ଜଣ ଅନ୍ତେଃବାସୀ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.