ଜରାସିଂହା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦେଓଗାଁ ଗୋଷ୍ଠୀ ଶିକ୍ଷା ଅଧିନରେ ଥିବା ଜରାସିଂହା, ନେତ୍ରଭାନୁ ହାଇସ୍କୁଲ ପରିସରରେ ଜରାସିଂହା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜରାସିଂହା ହାଇସ୍କୁଲର ପ୍ରଧାନ ଶିକ୍ଷକ ସରୋଜ ଦଣ୍ଡସେନା ଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଭୂକଣ୍ଠ ସାହୁ ଏବଂ ମୁଖ୍ୟ ବକ୍ତା ଭାବେ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇତିହାସ ପ୍ରଧ୍ୟାପକ ରଞ୍ଜନ ପାଣିଗ୍ରାହୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ସମସ୍ତ ୧୪ଟି ବିଦ୍ୟାଳୟ ଯଥା ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବାକୁ ମନୋନିତ ହୋଇଥିଲେ । ଦଳଗତ ନୃତ୍ୟ ପ୍ରତିଯୋଗିତାରେ ବରକାନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଅନୁପ ମେହେର, ବିଧାନ ଚନ୍ଦ୍ର ବିଶ୍ୱାଲ, କ୍ଷିରୋଦ୍ର ବୁଡ଼େକ, ସୁଶାନ୍ତ ଷଢ଼ଙ୍ଗୀ, ଫଣିନ୍ଦ୍ର ଥନାପତି ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସ୍ଥାନୀୟ କ୍ଲଷ୍ଟରର ସି. ଆର୍‌. ସି. ସି ନିର୍ମଳା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.