
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ରେଳ ସୁରକ୍ଷା ବଳ ଓ ଲୋଇସିଂହା ଅବକାରୀ ବିଭାଗ ମିଳିତ ଭାବେ ଲୋଇସିଂହା ରେଳଷ୍ଟେସନ ଠାରେ ଚଢ଼ାଉ କରି ୧୨ କେଜି ୫ ଶହ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାଯାଇଛି । ଏଥି ସହିତ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ବିହାର ରାଜ୍ୟ ପଶ୍ଚିମ ଚମ୍ପାରଣ ଜିଲ୍ଲାର କମଲେଶ କୁଶୱାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଲୋଇସିଂହା ଅବକାରୀ ନିରୀକ୍ଷକ ରାଜକୁମାର ବେହେରାଙ୍କ ନେତୃତ୍ୱରେ ଅବକାରୀ ତଥା ରେଳ ସୁରକ୍ଷା ବଳର କର୍ମଚାରୀ ଏହି ଚଢ଼ାଉରେ ସାମିଲ ଥିଲେ ।