ବଲାଙ୍ଗିର ସହରରେ ସପ୍ତାହନ୍ତ ସଟ୍‌ ଡାଉନ୍‌ : ଦୋକାନ ବଜାର ଠପ୍‌, ଯାଂଚ କଡ଼ାକଡ଼ି

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଭୟଙ୍କର ସ୍ଥିତି ସୃଷ୍ଟି କରିବାକୁ ବସିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳ ଏବଂ ତୁଷୁରା, ପାଟଣାଗଡ଼ ଓ କଂଟାବାଂଜି ଏନ୍‌ଏସି ଅଂଚଳରେ ଚାଲିଛି ସପ୍ତାହନ୍ତ ସଟ୍‌ ଡାଉନ୍‌ । ଏହି କ୍ରମରେ ବଲାଙ୍ଗିର ଶନିବାର ରବିବାର ଦୁଇ ଦିନ ଧରି ଚାଲିଥିବା ସଟ୍‌ଡାଉନ୍‌ରେ ବଲାଙ୍ଗିର ସହରର ଦୋକାନ ବଜାର ଠପ୍‌ ହୋଇଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ଯାଂଚ କଡ଼ାକଡ଼ି କରାଯାଇଥିବା ସୂଚନା ମିଳିଛି । କରୋନା ସଂକ୍ରମଣ ପ୍ରତି ଜନ ସଚେତନତା ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆପ୍ରାଣ ଉଦ୍ୟମ ଜାରି ରହିଛି । ଅନ୍ୟପକ୍ଷରେ କେତେକ ଅଂଚଳରେ ଲୋକେ କରୋନା ଗାଇଡ ଲାଇନ୍‌କୁ ଅଣଦେଖା କରୁଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ପାଟଣାଗଡ଼ ଅଂଚଳରେ ସଂକ୍ରମଣ ନଛୋଡ଼ବନ୍ଧା ରହିଥିବା ବେଳେ ବଲାଙ୍ଗିର ବ୍ଲକର କେତେକ ଗାଁରେ ମଧ୍ୟ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ଏଥିଯୋଗୁଁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯିବାକୁ ମଧ୍ୟ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.