jayashree

ଗାନ୍ଧୀ ଜୟନ୍ତୀରେ ଭର୍ଚୁଆଲ୍ ସଦଭାବନା ବୈଠକ ଓ ଦେଶଭକ୍ତି କବିତା ଆସର

ବଲାଙ୍‌ଙ୍ଗିର, (କେପିଏନ୍‌ନଏସ୍‌) : ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ିଆ ସାହିତ୍ୟ ସେବା ଓ ସୁରକ୍ଷା ଅନୁଷ୍ଠାନ ପକ୍ଷରୁ ଆଭାସୀ ମାଧ୍ୟମରେ ଏକ ସଦଭାବନା ବୈଠକ, ଆଲୋଚନାଚକ୍ର ଓ ଦେଶଭକ୍ତି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରଶ୍ମି ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ କବି, କବୟିତ୍ରୀ, ସାହିତ୍ୟିକ ଓ ସମାଜସେବୀ ଯୋଗଦେଇ ନିଜ ମତ ରଖିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରକୃତିବନ୍ଧୁ ଡୋଳାମଣି ଶତପଥି ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ନୀତି, ଆଦର୍ଶ ଓ ଚିନ୍ତାଧାରାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଡ. ଭାବନୀ ଶଙ୍କର ପଟେଲ ଆଧୁନିକ ସମାଜରେ ଗାନ୍ଧୀଜୀଙ୍କ ଆଦର୍ଶର ପ୍ରାସଙ୍ଗିକତା ଏବଂ ସମାଜର ମଙ୍ଗଳ ନେଇ ମତ ରଖିଥିଲେ । ସେହିପରି ଅଧ୍ୟାପକ ତଥା କବି ସନ୍ଦୀପ କୁଅଁର ସମାଜରେ ସାହିତ୍ୟର ଭୂମିକା ଓ ଗାନ୍ଧୀଜୀଙ୍କ ଆଦର୍ଶ ଉପରେ ଆଲୋଚନା କରିଥିଲେ। ଡ. ଅନୀତା ପାତ୍ର ପରିବେଶ ସୁରକ୍ଷା, ବୃକ୍ଷରୋପଣ ଏବଂ ଗାନ୍ଧୀଜୀଙ୍କ ଚିନ୍ତାଧାରା ଉପରେ ମତ ରଖିଥିଲେ । ଅନୁଷ୍ଠାନର ସମ୍ପାଦକ ଦିଲୀପ ପୁରୋହିତ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ମହତ ଅବଦାନ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ମମତା ପାତ୍ର ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିବା ସହ କବିତା ପାଠ କରିଥିଲେ । ବରିଷ୍ଠ କବୟିତ୍ରୀ ନିରୁପମା ମିଶ୍ରଙ୍କ ସମେତ ବହୁ କବି ଓ କବୟିତ୍ରୀ ଦେଶଭକ୍ତି କବିତା ପାଠ କରିଥିଲେ । ସସ୍ମିତା ସାହୁ କାର୍ଯ୍ୟକ୍ରମର କବିତା ସଂଯୋଜନା କରିଥିବା ବେଳେ ବିଶିଷ୍ଟ ସମାଜସେବୀ ଓ ସାହିତ୍ୟିକମାନେ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ମମତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.