pr

ଜ୍ଞାନ ପ୍ରକାଶ ଅନୁଷ୍ଠାନ ପକ୍ଷରୁ ବର୍ଷା କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ

dr. purohit

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜ୍ଞାନ ପ୍ରକାଶ ଅନୁଷ୍ଠାନ ତରଫରୁ, ଶିକ୍ଷା, ସମାଜ, ସଂସ୍କୃତି ଏବଂ ସାହିତ୍ୟର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେଳେ ରାୟଗଡ଼ାର ସ୍ଥାନୀୟ ବିବେକାନନ୍ଦ ବିଦ୍ୟାମନ୍ଦିର ଠାରେ, ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ରାଜ୍ୟ ମୁଖ୍ୟ ଅମ୍ବିକା ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ ଜ୍ଞାନଚାନ୍ଦ ଶତପଥି ଉଦଘାଟନ କରିଥିବା ବେଳେ, ରାୟଗଡ ଉପଜିଲ୍ଲାପାଳ, ରମେଶ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ମୁଖ୍ୟ ବକ୍ତା ରୂପେ ଶିକ୍ଷକ, ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ଜଗନ୍ନାଥ ମେହେର ଏବଂ ସମ୍ମାନିତ ଅତିଥି ରୂପେ କବି ତଥା ଅନୁବାଦକ, ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର ମଞ୍ଚାସିନ ରହିଥିଲେ । ପ୍ରାରମ୍ଭରେ ବିବେକାନନ୍ଦ ବିଦ୍ୟାମନ୍ଦିରର ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା, ଶିଶୁ କଳାକାରମାନଙ୍କ ଦ୍ୱାରା, ଢେମସା ନୃତ୍ୟ, ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି, କନ୍ଧମାଳ ସହିତ ରାୟଗଡା ଜିଲ୍ଲାର ସମସ୍ତ  ବ୍ଲକରୁ ସମସ୍ତ ସାହିତ୍ୟିକ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜିକା ସସ୍ମିତା ମିଶ୍ର ଏବଂ ଯୁବ ଆବାହକ କବି ଶ୍ରୀଧର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ଜ୍ଞାନ ପ୍ରକାଶର କୋଷାଧକ୍ଷ  ମନୋରଞ୍ଜନ ମିଶ୍ର, ଜିଲ୍ଲା ଉପ ସଂଯୋଜକ ଇ ଗୌରୀ ଶଙ୍କର ରାଓ, ସମ୍ପାଦକ ଦିପ୍ତିମୟ ମିଶ୍ର, ପରାମର୍ଶ ଦାତା ଦାମୋଦର ହୋତା କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ଦ୍ଵିତୀୟ ଅଧିବେଶନରେ କବିତା ଆସରରେ ଅତିଥି ଭାବେ ଯୋଗଦାନ ଦେଇଥିଲେ ସ୍ନିଗ୍ଧା ମିଶ୍ର, ଅମୁଲ୍ୟ କୁମାର ଦାଶ, କନ୍ଧମାଳ ଜିଲ୍ଲା ପ୍ରମୁଖ, ନୀଳମଣି ପାଟ୍ଟଯୋଶୀ, ବେବିରାଣୀ ନନ୍ଦ, ଅରୁଣ କୁମାର ଲେଙ୍କା ମଞ୍ଚାସିନ ଥିଲେ । ବିମଳଚାନ୍ଦ ପଟ୍ଟନାୟକ, ବିଜୟ ଚୌଧୁରୀ, ପଦ୍ମିନୀ ମିଶ୍ର, ଡ଼କ୍ଟର ମାୟାଧର ସାହୁ, ସଦାଶିବ ରାଜଗୁରୁ, କଲ୍ୟାଣୀ ସାମଲ, ଜୟଦେବ ସିଠ, ମହେଶ୍ୱତା ପାଣିଗ୍ରାହୀ,  ତ୍ରିବେଣୀ ମିଶ୍ର, ନିରଞ୍ଜନ ନାୟକ, ଶିବ ସୁନ୍ଦର ପାଣିଗ୍ରାହୀ, ବବିତା ପୁରୋହିତ, ଡ଼ କଲ୍ୟାଣୀ ମିଶ୍ର, ଦୁର୍ଗା ଶତପଥୀ, ତ୍ରିଲୋଚନ ପ୍ରଧାନ, ମିନତୀ ସେନାପତି, ଅହଲ୍ୟା ମହାରଣା, ଜଗଦୀଶ ଚନ୍ଦ୍ର ଦୋରା, ଶିକ୍ଷକ ନୀଳାଞ୍ଚଳ ମିଶ୍ର, ଲାବନ୍ୟ ମୋହନ ପଟ୍ଟନାୟକ ଯୋଗଦାନ ଦେଇଥିଲେ । ଶିକ୍ଷା, ସମାଜ ଏବଂ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି, ଯୁବ ଆଊ ଶିଶୁ ପ୍ରତିଭା, ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଥିଲା । ସ୍ୱତନ୍ତ୍ର ପୁରସ୍କୃତ ହୋଇଥିଲେ ସମାଜସେବୀ ରାଜେଶ ବିଶ୍ୱାଳ, ପ୍ରଶାନ୍ତି ସାହୁ, ଲୋକକଳା କଳାକାର ସନ୍ତୋଷ କୁମାର ବଛା, ସଂଯୋଜିକା ବିଦିଶା ଶତପଥୀ, ଆଇରନ ଲେଡି ରିତାରାଣୀ ମିଶ୍ର, ଓ ଅନ୍ୟମାନେ । କାର୍ଯ୍ୟକ୍ରମର ଶେଷରେ ଅକ୍ଷୟ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.