mahavir

କପିଲାଭଟାରେ ଗିରିଗୋବର୍ଦ୍ଧନ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ହେବାକୁ ଥିବା ଗିରିଗୋବର୍ଦ୍ଧନ ମହୋତ୍ସବ ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ବୈଠକରେ ଆବାହାକ ହୁଲେଶ୍ୱର ହଂସଙ୍କ ନେତୃତ୍ୱରେ ହୋଇଥିଲା । ଆସନ୍ତା ଅକ୍ଟୋବର ୨୧,୨୨,୨୩ ୩ ଦିନ ଧରି ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଛି । ଗତ ବର୍ଷର ଆୟ ବ୍ୟୟ ସମ୍ପର୍କରେ ଆଲୋଚନା ହୋଇଥିଲେ । ସବୁ ବର୍ଷ ଭଲି ଚଳିତ ବର୍ଷ କିପରି ଭାବେ ଧୁମ୍‌ଧାମ୍ ରେ ପାଳନ କରାଯିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ମହୋତ୍ସବ ଉପଲକ୍ଷେ ଅଂଚଳର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତି ବିଶେଷ ତଥା କଳାକାର, ସାମ୍ବାଦିକ, ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବ ବୋଲି କୁହାଯାଇଛି । ଜିଲ୍ଲା ତଥା ଜିଲ୍ଲା ବାହାରର ସାଂସ୍କୃତିକ ଦଳ ଗୁଡିକ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ଏଥିରେ କପିଲାଭଟା ପଂଚାୟତର ସରପଂଚଙ୍କ ପ୍ରତିନିଧି ତେଜରାଜ ଭୋଇ,ସମିତି ସଭ୍ୟ କେଦାର ଭୋଇ, ବରିଷ୍ଠ ନେତା ଦୁର୍ଦ୍ଦକ୍ଷ ହଂସ, ମାଁ ସାହାଜୀ ଯୁବକ ସଂଘର ସଭାପତି ପୃଥିରାଜ ବାଗ, ଧର୍ମେନ୍ଦ୍ର ଦାସ, ବୀର ହଂସ, ପାର୍ଥ ହଂସ,ମନମଥ ହଂସ, ପରମାନନ୍ଦ ଛତ୍ରିଆ, ଯୁବରାଜ ହଂସ, କର୍ଣ୍ଣ ହଂସ, ହରପ୍ରସାଦ ହଂସ, ଛବିଲାଲ ଜାନୀ, ହେମନ୍ତ ହଂସ, ଦୟାକର ଗହିରଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.