csstore

ଗୁଡଭେଲା ସାହିତ୍ୟ ଘରର ବହୁଭାଷୀ କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ୫୭ତମ ତେନ୍ତୁଳିଖୁଣ୍ଟି ମକର ମେଳା ଉପଲକ୍ଷେ ବାଳୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ ଓ ବହୁଭାଷୀ କବିତା ଆସର ଜାନୁଆରୀ ୧୫ ତାରିଖ ଅପରାହ୍ନରେ ତେଲନଦୀର ପେନ୍ଦିମୁଣ୍ଡା ଘାଟଠାରେ ଅନୁଷ୍ଠିତ ହୋଇଯାଇଛି । ଗୁଡଭେଲା ବ୍ଲକ୍‌ର ପୂର୍ବତନ ବିଇଓ ନେପାଳ ଚନ୍ଦ୍ର ବାଗଙ୍କ ଅଧ୍ୟକ୍ଷତା ଓ ସମ୍ବାଦ ସାହିତ୍ୟ ଘର, ଗୁଡଭେଲାର ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଶା ସାହିତ୍ୟ ଏକାଡେମୀ ଦ୍ଵାରା ପୁରସ୍କୃତ ବିଶିଷ୍ଟ ସାରସ୍ଵତ ସାଧକ, ସ୍ତମ୍ଭକାର ତୁଳସୀ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଶ୍ଚିମ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ଅଭିବୃଦ୍ଧି ପାଇଁ ସରକାର ପ୍ରୋତ୍ସାହନ ଯୋଗାଇ ଦେବା ଉଚିତ୍ ବୋଲି ମତ ପୋଷଣ କରିଥିଲେ । ମୁଖ୍ୟବକ୍ତା ଭାବେ ସମ୍ବାଦ ସାହିତ୍ୟ ଘର ସଇଁତଳାର ସଭାପତି ପ୍ରମୋଦ ବୈଠାରୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ଗୋପିକୃଷ୍ଣ ପାଣ୍ଡିଆ ଓ ଆଦିକନ୍ଦ ଭୋଇ ଯୋଗ ଦେଇଥିଲେ । ବାଳୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ଶତାଧିକ ଦର୍ଶକଙ୍କ ଭିଡ ଜମିଥିଲା । ସଭା ଶେଷରେ କବୟିତ୍ରୀ ଆଲ୍ଲାଦିନୀ ପାଣିଗ୍ରାହୀ ଦାଶଙ୍କ ସଂଯୋଜନାରେ ବହୁଭାଷୀ କବିତା ଆସର ଅନୁଷ୍ଠିତ ହୋଇଥିଲା । କବୟିତ୍ରୀ ବବିତା ନାୟକ, ହୀରାବତୀ ସାହୁ, କନକଲତା ପଣ୍ଡା, ତୃପ୍ତିମୟୀ ତ୍ରିପାଠୀ, ଗୌରୀ ଶର୍ମା, ଠିକ୍ ସେହିପରି କବି ଭକ୍ତ ବନ୍ଧୁ ସାହୁ, ରାଜୀବ ପ୍ରସାଦ ଭୋଇ, ସନ୍ତୋଷ କୁମାର ବେହେରା, ପ୍ରକାଶ ମେହେର, ନରସିଂହ ମେହେର, ଅବନୀ ସାହୁ, ସୁବଳ ସାହୁ, ଜୟରାମ ସାହୁ, ପରମାନନ୍ଦ ବେହେରା, ଦେବେନ୍ଦ୍ର କୁମାର ବେଦବାକ, କୃଷ୍ଣେନ୍ଦୁ ହୋତା, ଶ୍ରୀପାଳ ପଣ୍ଡା, ପ୍ରହଲ୍ଲାଦ ଦଣ୍ଡସେନା, ଆଶୁକବି ହେମନ୍ତ ଦାଶ, ନେପାଳ ଚନ୍ଦ୍ର ବାଗ, ପ୍ରମୋଦ ବୈଠାରୁ, ଆଲ୍ଲାଦିନୀ ପାଣିଗ୍ରାହୀ ଦାଶ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଆଦିକନ୍ଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.