jsm

ପ୍ରଗତି ଉତ୍କଳ ସଂଘର ଶୀତ କବିତା ଆସର

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଏକ ସାହିତ୍ୟ ସଭା ସହ ଗଳ୍ପ ଓ ଶୀତ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂଘର ଉପସଭାପତି ରଶ୍ମିରଞ୍ଜନ ବୋଇତାଇ, ସାଧାରଣ ସମ୍ପାଦକ ଘନଶ୍ୟାମ ଧଳ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଶ୍ରୀ ବୋଇତାଇ ସ୍ୱାଗତ ଭାଷଣ ଦେବା ପରେ ପରେ ଗଳ୍ପ ଓ କବିତା ପାଠ ଉତ୍ସବ ଆରମ୍ଭ ହୋଇଥିଲା । ରଶ୍ମି ସାହୁ ଓ ଗୀତା ରାଣୀ ବେହେରା କବିତା ଗୁଡ଼ିକୁ ସଂଯୋଜନା କରିଥିଲେ । ସ୍ମିତା ମିଶ୍ର ସଭା ପରିଚାଳନା କରିଥିଲେ । ଏହି ଅବସରରେ ଗାଳ୍ପିକା ସୁପ୍ତି କର ଓ ପୁଷ୍ପାରାଣୀ ପଟେଲ ଗଳ୍ପ ପାଠ କରିଥିଲେ । ସର୍ବଶ୍ରୀ ଉପେନ୍ଦ୍ର ବସ୍ତିଆ, ସୁଶାନ୍ତ ନାୟକ, ସ୍ମିତା ମିଶ୍ର, ଗୀତା ରାଣୀ ବେହେରା, ଗୌତମ ଦାସ, ରଶ୍ମି ସାହୁ, ପ୍ରତାପ କୁମାର ପଣ୍ଡା, ଅର୍ଚ୍ଚନା ପାତ୍ର ଓ ତ୍ରିନାଥ ସିଂ କବିତା ପାଠ କରିଥିଲେ । ସମୀକ୍ଷକ ଭାବେ କାଶୀନାଥ ନନ୍ଦୀ ଗଳ୍ପ ଓ କବିତା ଗୁଡ଼ିକୁ ସମୀକ୍ଷା କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ଧଳ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ରାଧା ମୋହନ ନାୟକ, ଅରବିନ୍ଦ ପାତ୍ର, ଅଶୋକ କୁମାର ପଟ୍ଟନାୟକ, ବରୁଣ କୁମାର ନାହାକ, ପ୍ରସନ୍ନ କୁମାର ମହାନ୍ତି, ସତ୍ୟ ନାରାୟଣ ଦାଶ, ଶୁଭ୍ରାଂଶୁ ଶେଖର ମହାପାତ୍ର, ପରୀକ୍ଷିତ ଗୁରୁ, ଧରଣୀଧର ସାମଲ, ଶଙ୍କର ପ୍ରାସାଦ ସାହୁ, ପ୍ରଦୀପ କୁମାର ପଟ୍ଟନାୟକ, ଇନ୍ଦ୍ରମଣି ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସଭାଟିକୁ ସଫଳ କରାଇଥିଲେ ।

yuvodaya
Leave A Reply

Your email address will not be published.