pakka

ମାନସିଂହ ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ସପ୍ତଦଶ କବିତା ଆସର ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ସପ୍ତଦଶ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପଦେଷ୍ଟା ବନବିହାରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ପ୍ରାରମ୍ଭ କରିଥିଲେ । ଏହି ଆସରରେ ମୁଖ୍ୟ ଅତିଥି ଭାବେ ସୁସାହିତ୍ୟିକ ଦୁର୍ଗାଚରଣ ଷଢଙ୍ଗୀ ଯୋଗ ଦେଇ ଆଜିର ସାହିତ୍ୟିକମାନଙ୍କୁ ଓଡ଼ିଆ ସାହିତ୍ୟର ବିକାଶରେ ସହାୟକ ହେବା ପାଇଁ ଆହ୍ବାନ ଦେଇଥିଲେ । ଓଡ଼ିଶାର କୋଣ ଅନୁକୋଣରୁ ୩୫ରୁ ଅଧିକ କବି କବୟିତ୍ରୀ ନିଜ ନିଜର କବିତା ପାଠ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ପ୍ରେମାନନ୍ଦ ବେହେରା ମଞ୍ଚ ପରିଚାଳନା କରିଥିଲେ । ସଭାପତି ବିଷ୍ଣୁପ୍ରସାଦ ଦଳେଇ ସଭାପତିତ୍ୱ କରିଥିଲେ । ବାଲେଶ୍ଵର ଜିଲ୍ଲାର ସୁସାହିତିକ ରଞ୍ଜନ କୁମାର ମହାନ୍ତି କବିତାଗୁଡ଼ିକୁ ବେଶ୍ ରମଣୀୟ ଭାବେ ସଂଯୋଜନା କରିଥିଲେ । ସମ୍ପାଦକ ଲଳିତ କୁମାର ସ୍ବାଇଁ ସଂପାଦକୀୟ ପାଠ କରିଥିଲେ । ଶେଷରେ ସଂଯୋଜକ ବିଦ୍ୟାଧର ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ସପ୍ତଦଶ ଆସର ଆସନ୍ତା ଜୁନ ୧୦ ତାରିଖରେ ହେବା ନେଇ ସମ୍ପାଦକ ଲଳିତ କୁମାର ସ୍ୱାଇଁ ଘୋଷଣା କରିଥିଲେ ।

jay balangir
Leave A Reply

Your email address will not be published.

5 − one =